କନକ ବ୍ୟୁରୋ: ପୁଣ୍ୟ ଉତ୍କଳ ତରଫରୁ ମା ବୁଢୀ ଠାକୁରାଣୀ ଯାତ୍ରା ଉପଲକ୍ଷେ ବ୍ରହ୍ମପୁରରେ ଆଜି ଜଳ ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପାଦନ ହେଲା । ଉକ୍ତ କାର୍ଯ୍ୟକ୍ରମକୁ ଗଞ୍ଜାମ ଶାଖା ସମ୍ପାଦନା କରିଥିବାରୁ ପୁଣ୍ୟ ଉତ୍କଳର ପ୍ରତିଷ୍ଠାତା ମନୋରଞ୍ଜନ ମହାପାତ୍ର (ବୁଲୁ ଭାଇ) ଗଞ୍ଜାମ ଶାଖାର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ସହିତ ସାଧୁବାଦ ଜଣାଇଛନ୍ତି ।
ପୁଣ୍ୟ ଉତ୍କଳର ଜଳ ବଣ୍ଟନ କାର୍ଯ୍ୟକ୍ରମ ପରେ ଗଞ୍ଜାମ ଶାଖାର କର୍ମକର୍ତ୍ତାମାନେ ଆଜି ବ୍ରହ୍ମପୁର ସହରରେ ପହଲଗାମ ଆତଙ୍କୀ ହମଲାକୁ ଦୃଢ଼ ନିନ୍ଦା କରି ଗ୍ରୀନ୍ ଚିଲିଜରୁ ବାହାରି ହନୁମାନ ମନ୍ଦିର ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । ଏବଂ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭବାନୀ, ରାଜେଶ, ଜଗଦୀଶ, ଶେସୁ ଚାଲାମ, ଶିବ ପ୍ରସାଦ ଏବଂ ଶାଖାର ଅନ୍ୟ କର୍ମଚାରୀମାନେ ଯୋଗଦାନ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/05/02/hiumrzchFn4jFcruXpbY.jpeg)