କନକ ବ୍ୟୁରୋ : BMC ଅଫିସ ଭିତରେ ପ୍ରାଶାସନିକ ଅଧିକାରୀଙ୍କୁ ମାଡ଼ ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ସେ କହିଛନ୍ତି , ଏହି ଘଟଣାରେ ପୁଲିସ ତିନି ଜଣକୁ ଗିରଫ କରିଛି ସେଥିପାଇଁ ପୁଲିସକୁ ସାଧୁବାଦ ଜଣାଇଛନ୍ତି । କିନ୍ତୁ କାହିଁକି ଏମିତି ଏକ ଘଟଣା ଘଟିଲା ତାହାକୁ ନେଇ ପ୍ରଶ୍ନ ଉଠୁଛି । ଗତ ୩୭ ବର୍ଷରେ ମୁଁ ଏମିତି ଘଟଣା ଦେଖିନଥିଲି । ଜଣେ ସରକାରୀ କର୍ମଚାରୀ କାମ କରୁଥିବା ବେଳେ ତାଙ୍କୁ ମାଡ ମାରିବେ, ଅପହରଣ କରିବା ପାଇଁ ଚେଷ୍ଟା କରିବେ, ତାଙ୍କୁ ଗୋଇଠା ମାରିବେ , ଏଭଳି ଘଟଣା କେବେ ଦେଖିନଥିଲି ।
ବିଜୟ ପଟ୍ଟନାୟକ ଏ ପ୍ରଶ୍ନ ମଧ୍ୟ କରିଛନ୍ତି କି ଯଦି ଜଣେ ସରକାରୀ ଅଧିକାରୀଙ୍କ ଅବସ୍ଥା ଏମିତି ହୁଏ ତାହେଲେ ସାଧାରଣ ଜନତାଙ୍କ ଅବସ୍ଥା କ’ଣ ହେବ । ଚର୍ଚ୍ଚା ହେଉଛି ଏହି ସବୁ ଘଟଣାରେ ଯିଏ ସାମିଲ ଅଛନ୍ତି ସେ ବିଜେପିର ପ୍ରାର୍ଥୀ ମଧ୍ୟ ଥିଲେ । ତାହାଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ହେଉଛି । ଗୋଟିଏ ହାତରେ ତାଳି ବାଜେ ନାହିଁ । ତାହା ଅର୍ଥ କ’ଣ ମାଡ଼ ମାରିବା । ସରକାରୀ ଦଳର କର୍ମୀ ଯେଉଁ କାଣ୍ଡ ଘଟେଇଛନ୍ତି କେବଳ ସରକାର ନୁହେଁ ଦଳ ମଧ୍ୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା କଥା । ଏମିତି କର୍ମୀକୁ ଦଳରେ ରଖିବେ କି ? ନିଜେ ଜଗନ୍ନାଥ ପ୍ରଧାନ ମଧ୍ୟ ସ୍ପଷ୍ଟ କରନ୍ତୁ ତାଙ୍କର ଆଭିମୁଖ୍ୟ କ'ଣ ?