ପକେଟ୍ ଉପରେ ପରିବା ରେଟ୍ ପାହାର; ଭୁବନେଶ୍ବରରେ ପରିବା କିଣିବାକୁ ଲାଗୁଛି ଡର

ଫଳରେ ସେଠାରେ ବର୍ଷା ହେଲେ ଓଡ଼ିଶା ଲୋକେ କାନ୍ଦୁଛନ୍ତି । ଦେଶୀ କଦଳୀ କହି ବିକ୍ରି ହେଉଥିବା କଦଳୀ ପଶ୍ଚିମବଙ୍ଗରୁ, ଦେଶୀ କାଙ୍କଡ଼ ଆନ୍ଧ୍ରପ୍ରଦେଶରୁ ଆସୁଛି । ତେଣୁ ସବୁ ପରିବାର ଦର ହୁ ହୁ ହେଇ ବଢୁଛି ।

vegetable-market

କନକ ବ୍ୟୁରୋ: ଧର୍ମ ମାସ କାର୍ତ୍ତିକ ଆରମ୍ଭରୁ ହିଁ ପରିବା ଦରରେ ନିଆଁ ଲାଗିଛି । ସେୟାର ମାର୍କେଟ ଭଳି ମାସ ଆରମ୍ଭରୁ ସହରରେ ପରିବା ଦର ପ୍ରତିଦିନ ବଢ଼ି ବଢ଼ି ଚାଲିଛି । ଗୋଟିଏ ପଟେ ଆମିଷ ଘରେ ପଶୁ ନଥିବା ବେଳେ ସବୁଜ ପରିବା ଦର ବୃଦ୍ଧି ଖାଉଟିଙ୍କୁ କନ୍ଦାଉଛି । ପରିବା ଦର ବୃଦ୍ଧିର ପ୍ରଭାବ ସିଧାସଳଖ ଲୋକଙ୍କ ହାଣ୍ଡିଶାଳ ଉପରେ ପଡ଼ିଛି । ବିଶେଷ କରି ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓ ଗରିବ ପରିବାର ଲୋକ ଦର ବୃଦ୍ଧି ଯୋଗୁ ହନ୍ତସନ୍ତ ହେଉଛନ୍ତି ।

ସବୁଠାରୁ ବଡ଼ କଥା ହେଲା, ଓଡ଼ିଶାରେ ଆଉ ସବୁଜ ପରିବା ପୂର୍ବଭଳି ଚାଷ ହେଉନାହିଁ । ଯେଉଁଥିପାଇଁ ଏବେ କଦଳୀ, କାଙ୍କଡ଼, ଝୁଡ଼ଙ୍ଗ ଭଳି କରିବା ପାଇଁ ମଧ୍ୟ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି । ଫଳରେ ସେଠାରେ ବର୍ଷା ହେଲେ ଓଡ଼ିଶା ଲୋକେ କାନ୍ଦୁଛନ୍ତି । ଦେଶୀ କଦଳୀ କହି ବିକ୍ରି ହେଉଥିବା କଦଳୀ ପଶ୍ଚିମବଙ୍ଗରୁ, ଦେଶୀ କାଙ୍କଡ଼ ଆନ୍ଧ୍ରପ୍ରଦେଶରୁ ଆସୁଛି । ତେଣୁ ସବୁ ପରିବାର ଦର ହୁ ହୁ ହେଇ ବଢୁଛି ।

ଏକ ନମ୍ବର ହାଟରେ ଟମାଟୋ କିଲୋ ୪୦, ଭେଣ୍ଡି ୮୦, କଲରା ୪୦, ଆଳୁ ୨୫,ପିଆଜ ୨୫, ମାଟିଆଳୁ ୮୦, ଫୁଲକୋବି ୨ଟାକୁ ୮୦, ବନ୍ଧା କେଜି ପ୍ରତି ୪୦, ଅମୃତଭଣ୍ଡା କେଜି ପ୍ରତି ୧୫ରୁ ୨୫, କଦଳୀ ଗୋଟା ୧୦, ଦେଶୀ କାଙ୍କଡ଼ ୨୦୦, କାକୁଡ଼ି ୬୦, କଖାରୁ-୩୦, ଝୁଡ଼ଙ୍ଗ-୫୦, ବିନ୍ସ-୧୨୦, ବାଇଗଣ ୬୦, ସାରୁ ୪୦, ଜହ୍ନି-୮୦ , ମୂଳା ୪ଟାକୁ ୪୦, ପୋଟଳ୬୦ରୁ ୮୦ ରହିଛି । ସପ୍ତାହେ ଭିତରେ ସବୁ ପରିବା ପାଞ୍ଚରୁ ସାତ ଟଙ୍କା ଲେଖାଏଁ ବଢ଼ିଛି ।

ବ୍ୟବସାୟୀଙ୍କ କହିବା କଥା ଲଗାଣ ବର୍ଷା ଯୋଗୁ ଓଡ଼ିଶା ବିଶେଷ କରି ଉପକୂଳ ଓଡ଼ିଶାର ପରିବା ଚାଷ ପ୍ରଭାବିତ ହେଉଛି । ବାହାରୁ ପରିବା ଆସୁଥିବାରୁ ଉଚ୍ଚା ଦର ରହୁଛି । ଆଉ ଆବଶ୍ୟକତା ଠାରୁ ମାଲ କମ ଆସୁଛି । ବାହାର ରାଜ୍ୟ ଉପରେ ନିର୍ଭର କରୁଥିବାରୁ ଲାଭ ମିଳୁନାହିଁ । ଅଧିକ ଟଙ୍କାରେ ପରିବା କିଣିବା ସହିତ ପରିବହନ ଖର୍ଚ୍ଚ ମଧ୍ୟ ବ୍ୟବସାୟୀଙ୍କୁ ବାଧୁଛି । ଓଡ଼ିଶା ପରିବା ମାର୍କେଟରେ ବେଙ୍ଗାଲୁରୁ ବିନ୍‌ସ ୮୦ ଟଙ୍କା, ନାସିକ ବିନ୍‌ସ ୬୫, ରାଞ୍ଚି ବିନ୍‌ସ କିଲୋପ୍ରତି ୬୦ ଟଙ୍କା ରହିଛି । କାଙ୍କଡ଼ କଲିକତାରୁ ଆସୁଛି । କଲିକତା କାଙ୍କଡ଼ ୪୦ ଟଙ୍କା ଓ ଦେଶୀ କାଙ୍କଡ଼ ଆନ୍ଧ୍ରପ୍ରଦେଶରୁ ଆସୁଛି । ଯାହାର ଦର ୮୦ ରହିଛି। ପରିବା ଦରରେ ଏଭଳି ଅହେତୁକ ମୂଲ୍ୟ ବୃଦ୍ଧି ସବୁବର୍ଗର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କାର୍ତ୍ତିକ ମାସ ଚାଲିଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଦରବୃଦ୍ଧି ନିୟନ୍ତ୍ରଣ ନିମନ୍ତେ ପଦକ୍ଷେପ ନେବା ସହ ଲାଭଖୋର ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାହକମାନେ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe