କନକ ବ୍ୟୁରୋ : ଓଡ଼ିଶାରେ ବାବୁ ବଡ଼ ନା ମନ୍ତ୍ରୀ ବଡ଼ ଯାହାକୁ ନେଇ ବିଗତ ଦିନରେ ତଥା ପୂର୍ବ ସରକାର ସମୟରେ ଅନେକ ବିତର୍କ ହୋଇଛି । କ୍ୟାବିନେଟ ବୈଠକ ହେଉ କିମ୍ବା ଅନ୍ୟ କିଛି ବଡ଼ ନିଷ୍ପତ୍ତିରେ ଅଫିସରଙ୍କ କ୍ଷମତାକୁ ସଙ୍କୁଚିତ କରିଥିଲେ ନୂଆ ସରକାର । ହେଲେ ଏବେ କିନ୍ତୁ ବାବୁଙ୍କ ଆର୍ଥିକ କ୍ଷମତାକୁ ବଢ଼ାଇଛନ୍ତି ସରକାର । ବିଭିନ୍ନ ବିଭାଗର ଟେଣ୍ଡର ପରିମାଣକୁ ୫୦ କୋଟି ବଢ଼ାଯାଇ ବାବୁଙ୍କୁ ଆର୍ଥିକ କ୍ଷମତାଶାଳୀ କରାଯାଇଛି । ଓଡ଼ିଶା ଜେନେରାଲ ଫାଇନାନସିଆଲ ରୁଲ-୨୦୨୩ର ସଂଶୋଧନ ନିୟମ ଅନୁଯାୟୀ ବିଭିନ୍ନ କାର୍ଯ୍ୟର ଟେଣ୍ଡର କରିପାରିବେ ବୋଲି ଚିଠି କରିଛନ୍ତି ଅର୍ଥ ସଚିବ ଶାଶ୍ବତ ମିଶ୍ର ।
ନିୟମ ଅନୁସାରେ ବାବୁଙ୍କୁ ଆର୍ଥିକ କ୍ଷମତା :
- ପ୍ରାଶାସନିକ ବିଭାଗ ଗୁଡ଼ିକ ୧୦କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଟେଣ୍ଡର୍ କରିପାରିବେ
- ବିଭାଗୀୟ ଅଧିକାରୀ ନିଜେ ଟେଣ୍ଡର୍ ଗ୍ରହଣ କରିବେ
- ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଆଉ ଫାଇଲ୍ ପଠାଇବାର ଆବଶ୍ୟକତା ପଡ଼ିବ ନାହିଁ
- ସର୍ବୋଚ୍ଚ ଯନ୍ତ୍ରୀ କୌଣସି କାର୍ଯ୍ୟର ଟେଣ୍ଡର୍ କଲେ ବିଭାଗୀୟ ଅଧିକାରୀଙ୍କଠାରୁ ଅନୁମତି ନେବେ
ଟେଣ୍ଡର୍ କ୍ଷମତା, କାହାର କେତେ ?
ସର୍ବୋଚ୍ଚ ଯନ୍ତ୍ରୀଙ୍କ ଟେଣ୍ଡର୍ କ୍ଷମତା ୭ କୋଟିରୁ ୧୦ କୋଟି
ମୁଖ୍ୟଯନ୍ତ୍ରୀମାନଙ୍କ ଟେଣ୍ଡର୍ କ୍ଷମତା ୪ କୋଟିରୁ ୭ କୋଟି
ଅଧୀକ୍ଷଣ ଯନ୍ତ୍ରୀଙ୍କ ଆର୍ଥିକ କ୍ଷମତା ୧ କୋଟିରୁ ୪ କୋଟି
ପୂର୍ବରୁ ୫୦ କୋଟିରୁ ଅଧିକ ଟଙ୍କାର ଟେଣ୍ଡର ନିଲାମ ବେଳେ ସଂପୃକ୍ତ ବିଭାଗର ମନ୍ତ୍ରୀ କିମ୍ବା ମୁଖ୍ୟ ଶାସନ ସଚିବଙ୍କର ଅନୁମୋଦନ ନେବାକୁ ପଡୁଥିଲା । ହେଲେ ସଂଶୋଧିତ ନିୟମ ଅନୁସାରେ ମନ୍ତ୍ରୀଙ୍କର ଅନୁମୋଦନକୁ ଆଉ ଅପେକ୍ଷା କରିବାକୁ ପଡ଼ିବନି । ହେଲେ ଟେଣ୍ଡର ଅନୁମୋଦନରେ କେତେ ସ୍ବଚ୍ଛତା ରହୁଛି ତାହା ସୁବୁଠୁ ବଡ଼ ପ୍ରଶ୍ନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/07/09/babu-2025-07-09-20-27-44.jpg)