କନକ ବ୍ୟୁରୋ: ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସାରିବା ଲାଗି କମିସନରେଟ୍ ପୁଲିସର ବ୍ଲ୍ୟୁ ପ୍ରିଣ୍ଟ । ଅପରାଧୀଙ୍କ ଉପରେ ନଜର ରଖିବ ଏଆଇ କ୍ୟାମେରା । ନିଶାମୁକ୍ତ ହେବ ଭସାଣି, ବାଜିବନି ଡିଜେ । ମେଲୋଡିରେ ବି ଅଶ୍ଳୀଳତା ଉପରେ ବି ଲାଗିବ ରୋକ୍ ।
ଚଳିତ ବର୍ଷର ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ଲକ୍ଷ୍ୟ ରଖିଛି କମିସନରେଟ୍ ପୁଲିସ । ପ୍ରସ୍ତୁତ କରିଛି ବ୍ଲ୍ୟୁ- ପ୍ରିଣ୍ଟ । ବିନା ଡିଜେରେ ଦୁର୍ଗାପୂଜା ଭସାଣି କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛି ପୁଲିସ । ଭିଡ଼ ନିୟନ୍ତ୍ରଣ ଏବଂ ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ବିଭିନ୍ନ ସ୍ଥାନରେ ଲାଗିବ ଏଆଇ କ୍ୟାମେରା । ଜୋର୍ ଜବରଦସ୍ତି ଚାନ୍ଦା ଆଦାୟ କରିପାରିବେନି ପୂଜା କମିଟି ସଦସ୍ୟ ।
ପୁଲିସର ଗାଇଡ୍ ଲାଇନକୁ ସ୍ବାଗତ କରିଛନ୍ତି ବିଭିନ୍ନ ପୂଜା କମିଟି । ତେବେ ଗଣେଶ ପୂଜା ଭସାଣିରେ ଖୁଲମଖୁଲା ଡିଜେ ବାଜିଥିବା ବେଳେ ଦୁର୍ଗାପୂଜାରେ ନିୟମକୁ କେତେଦୂର ମାନୁଛନ୍ତି ପୂଜାକମିଟି ତାହା ଏବେ ବଡ଼ ପ୍ରଶ୍ନ । ଚଳିତ ଥର ଦୁର୍ଗା ପୂଜାରେ ପ୍ରଥମକରି ଖୋଲିବ ହେଲ୍ପ ଡେସ୍କ । ଆଉ ଯେଉଁମାନେ ନିୟମ ପାଳନ କରିବେ ସେମାନଙ୍କୁ ପୁଲିସ ସମ୍ମାନିତ କରିବାକୁ ବି ଲକ୍ଷ୍ୟ ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/09/03/20-2025-09-03-18-54-07.jpg)