କନକ ବ୍ୟୁରୋ : ଆଜିଠୁ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ । ଓଡ଼ିଶାର ୫ ଲକ୍ଷ ଡ୍ରାଇଭର ରାଜରାସ୍ତାକୁ ଓହ୍ଲାଇବେ । ୭ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରିବେ ଅଲ ଓଡ଼ିଶା ଡ୍ରାଇଭର ଆସୋସିଏସନ୍ । ଷ୍ଟିଅରିଂ ଛାଡି ଆନ୍ଦୋଳନକୁ ଓହ୍ଲାଇବେ ରାଜ୍ୟର ସବୁ ଗାଡି ଚାଳକ । ଅଟୋ ଚାଳକଙ୍କୁ ଡ୍ରାଇଭର କଲ୍ୟାଣ ସଂଘରେ ସାମିଲ କରିବା, ୬୦ ବର୍ଷ ବୟସ ପରେ ପରେ ଡ୍ରାଇଭରଙ୍କୁ ଭତ୍ତା, ୧୦୦ କିଲୋମିଟର ଅନ୍ତରରେ ପାର୍କିଂ ଓ ଶୌଚାଳୟର ବ୍ୟବସ୍ଥା, ୧ ସେପ୍ଟେମ୍ବରକୁ ଡ୍ରାଇଭର ଦିବସ ରୂପେ ଘୋଷଣା ଆଦି ୭ ଦାବି ନେଇ ବିକ୍ଷୋଭ ପଦର୍ଶନ କରିବେ ଗାଡି ଚାଳକ ।
ତେବେ ଆମ୍ବୁଲାନ୍ସ ଓ ସ୍କୁଲ ବସକୁ ଛାଡି ବାକି ଗାଡି ଚାଳକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ କହିଛି । ସରକାର ଦାବି ପୂରା ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ନିଷ୍ପତ୍ତି ପାଇଁ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇପାରେ । ସେଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଅନ୍ୟପଟେ ବସ ଉପରେ ନିର୍ଭର ହୋଇ ରହୁଥିଲା ଯାତ୍ରୀ ସମସ୍ୟା ଭୋଗୁଛନ୍ତି । ଗାଡ଼ି ଚଳାଚଳ ବନ୍ଦ କାରଣରୁ ଲୋକଙ୍କ ଯାତାୟାତ ଠପ୍ ହୋଇଯାଇଛି । ଏପରିକି କାମ ପାଇଁ ଦୂରକୁ ଯାତ୍ରା କରୁଥିବା ଶ୍ରମିକମାନେ ବି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବସ୍ ନପାଇ ବସଷ୍ଟାଣ୍ଡକୁ ଆସି ବସି ରହିଥିବାର ଦୃଶ୍ୟ ବି ସାମ୍ନାକୁ ଆସିଛି ।