କନକ ବ୍ୟୁରୋ: ବୁଲାକୁକୁର ପ୍ରସଙ୍ଗ ସଡ଼କରୁ ଗଲା ସୁପ୍ରିମକୋର୍ଟ । ଶେଷରେ ସୁପ୍ରିମକୋର୍ଟ ବି କୁକୁରଙ୍କ ସପକ୍ଷରେ ବାହାରିଲେ । ହେଲେ ବ୍ରହ୍ମପୁରରେ କୁକୁରଙ୍କ ଉପରେ ଅତ୍ୟାଚାର ସୀମା ଟପିଛି । କଥା କହିପାରୁନଥିବା ପ୍ରାଣୀଟି ପାଖରେ ଯେମିତି ମରି ଯାଇଛି ମଣିଷ ପଣିଆ । ବ୍ରହ୍ମପୁର ସହରର ଗାନ୍ଧୀ ନଗରରେ ରହିଛି ସ୍ପେକ୍ଟ୍ରମ ହାଇଟ୍ସ ଆପାର୍ଟମେଣ୍ଟ । ଏଠି ଲିଫ୍ଟରେ କୁକୁର ନେବା ମନା । ପଞ୍ଚମ ମହଲାରେ ରହୁଥିବା ବବିତା ପାତ୍ରଙ୍କୁ ପୋଷା କୁକୁରକୁ ଲିଫ୍ଟରେ ନେବାକୁ ମନା କରାଯାଇଛି । ଲିଫ୍ଟରେ ପେଟ୍ ନଟ୍ ଆଲାଉଡ୍ ଲେଖିଛନ୍ତି ଆପାର୍ଟମେଣ୍ଟ ୱେଲଫେୟାର ସୋସାଇଟି । କେବଳ ବବିତା ନୁହନ୍ତି ବରଂ କାହାରି ପୋଷା ପ୍ରାଣୀ ଲିଫ୍ଟରେ ଯାଇପାରିବନି ବୋଲି ନୋଟିସ୍ ଲଗାଯାଇଛି । ବବିତା ଏସମ୍ପର୍କରେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବା ପରେ ବ୍ରହ୍ମପୁର ମହାନଗର ନିଗମ ଡେପୁଟି କମିସନର, ପିପୁଲସ ଫର ଆନିମଲ ଓ ପ୍ରାଣୀ ଚିକିତ୍ସା ବିଭାଗ ଆପାର୍ଟମେଣ୍ଟରେ ପହଞ୍ଚି ସୋସାଇଟି ସହ ଆଲୋଚନା କରିଥିଲେ । ତଥାପି କୁକୁରକୁ ଲିଫ୍ଟରେ ଯିବାକୁ ଅନୁମତି ମିଳିଲା ନାହିଁ । ତେଣୁ ବବିତାଙ୍କ ପରିବାର ବାଧ୍ୟ ହୋଇ ସେଠାରୁ ଘର ଛାଡ଼ି ଅନ୍ୟତ୍ର ଯିବାକୁ ନିଷ୍ପତ୍ତି ନେଇଛନ୍ତି ।
ବୁଲାକୁକୁର ଉପରେ କଟକଣା ପ୍ରସଙ୍ଗ; କୁକୁରଙ୍କ ସପକ୍ଷରେ ବାହାରିଲେ ସୁପ୍ରିମକୋର୍ଟ, ଏପଟେ ବ୍ରହ୍ମପୁରରେ ସୀମା ଟପିଲା ଅତ୍ୟାଚାର...
ଲିଫ୍ଟରେ ପେଟ୍ ନଟ୍ ଆଲାଉଡ୍ ଲେଖିଛନ୍ତି ଆପାର୍ଟମେଣ୍ଟ ୱେଲଫେୟାର ସୋସାଇଟି । କେବଳ ବବିତା ନୁହନ୍ତି ବରଂ କାହାରି ପୋଷା ପ୍ରାଣୀ ଲିଫ୍ଟରେ ଯାଇପାରିବନି ବୋଲି ନୋଟିସ୍ ଲଗାଯାଇଛି ।
/kanak/media/media_files/2025/09/18/21-2025-09-18-17-41-03.jpg)
ବ୍ରହ୍ମପୁର ସହରର ଗାନ୍ଧୀ ନଗରର ଘଟଣା
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)