କନକ ବ୍ୟୁରୋ: ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ବରର ଛାତି ଉପରେ ପୁଲିସ ଆଖିରେ ଧୂଳି ଦେଇ ଯୁବତୀଙ୍କୁ ଅପହରଣ କରିବା ଉଦ୍ୟମ ପଣ୍ଡ । ଜୟଦେବ ବିହାର ଅଞ୍ଚଳରେ ଚଳନ୍ତା ଅଟୋରୁ କଳେ ବଳେ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଛନ୍ତି ଯୁବତୀ ବୋଲି ସୂଚନା ମିଳିଛି । ଅଟୋରୁ ଡେଇଁପଡ଼ିବା ବେଳେ ଯୁବତୀ ଜଣକ ଆହତ ହୋଇଛନ୍ତି, ଶରୀର କିଛି ସ୍ଥାନରେ ଆଘାତ ଲାଗିଥିବା ସୂଚନା ମିଳିଛି । ଏନେଇ ନୟାପଲ୍ଲୀ ଥାନାରେ ଅଭିଯାଗ ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଛାନଭିନ୍ ଆରମ୍ଭ କରିଛି । ଏହା ସହ ଆହତ ଯୁବତୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଛି ପୁଲିସ । ତେବେ କିଏ ଓ କାହିଁକି ଯୁବତୀଙ୍କୁ ଅପହରଣ କରିବାକୁ ଉଦ୍ୟମ କରୁଥିଲା ସେନେଇ ପୁଲିସ ତନାଘନା ଆରମ୍ଭ କରିଛି । 

Advertisment