କନକ ବ୍ୟୁରୋ: ଅନ୍ତର୍ଜାତୀୟ ସ୍ତରରେ କମାଲ କଲେ ସି.ଏନ୍.ସି କଲେଜ ଛାତ୍ରୀ । ଦୁବାଇରେ ଆୟୋଜିତ ଭାରତ ସଂସ୍କୃତି ଯାତ୍ରାରେ ଓଡ଼ିଶୀ ନୃତ୍ୟର ଟେକ ରଖିଲେ ବଲାଙ୍ଗୀରର ପ୍ରିୟଂଶା ସାହୁ । ସେପ୍ଟେମ୍ବର ୧୦ ରୁ ୧୫ ତାରିଖ ପର୍ଯ୍ୟନ୍ତ ଦୁବାଇ ଠାରେ ଅନୁଷ୍ଠିତ ଭାରତ ସଂସ୍କୃତି ଯାତ୍ରାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ନିଜର ପ୍ରତିଭା ଦେଖାଇଛନ୍ତି ବଲାଙ୍ଗୀରର ଝିଅ ପ୍ରିୟଂଶା । ସୋଲୋ ଓଡ଼ିଶୀ ଡ୍ୟାନ୍ସ ଓ ସୋଲୋ ଫୋକ୍ ଡ୍ୟାନ୍ସରେ ନିଜର କଳା ପ୍ରଦର୍ଶନ କରି ପ୍ରିୟଂଶା ଅନ୍ତର୍ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ବଲାଙ୍ଗୀର ତଥା ଓଡ଼ିଶାର ଗୌରବ ବଢ଼ାଇଛନ୍ତି ।
ଭାରତର ହାଇକମିସନର ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରିୟଂଶାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ବଲାଙ୍ଗୀର ଉଦୟ ନଗର ନିବାସୀ ଉତ୍କଳ କୁମାର ସାହୁ ଓ ମାତା ଦିପୀକା ସାହୁଙ୍କ ଝିଅ ହେଉଛନ୍ତି ପ୍ରିୟଂଶା । ବଲାଙ୍ଗୀର ସି.ଏନ୍.ସି କଲେଜର କମର୍ସ ବିଭାଗର ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ କଲେଜର ବିଭିନ୍ନ ଇଭେଣ୍ଟରେ ସେ ନିଜର ପ୍ରତିଭା ଦେଖାନ୍ତି । ଅନ୍ତର୍ଜାତୀୟ ସ୍ତରରେ ପ୍ରିୟଂଶାଙ୍କ ଏହି କୃତିତ୍ଵ ପାଇଁ ତାଙ୍କୁ ବଲାଙ୍ଗୀର ସି.ଏନ୍.ସି କଲେଜର ନିର୍ଦ୍ଦେଶକ ଆଶୁତୋଷ ପୁରୋହିତ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉନ୍ନତି କାମନା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/09/13/whatsapp-image-2025-09-13-2025-09-13-17-18-11.jpeg)