କନକ ବ୍ୟୁରୋ: ‘ସୁଭଦ୍ରା’ ସଚେତନତା ରଥର ହେଲା ଶୁଭାରମ୍ଭ । ଭୁବନେଶ୍ୱର ଗାନ୍ଧୀମାର୍ଗରୁ ଗଡିଲା ସୁଭଦ୍ରା ରଥ । ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ । ସାରା ରାଜ୍ୟରେ ଗଡିବ ସୁଭଦ୍ରା ରଥ । ଗଁ ଓ ସହରରେ ଗଡି ମାଆଙ୍କୁ କରିବ ସଚେତନ । ସେପ୍ଟେମ୍ବର ୧୬ ଯାଏଁ ଗଡିବ ରଥ । ୧୭ରେ ଆସିବ ଯୋଜନାର ପ୍ରଥମ କିସ୍ତି । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ମିଳିବ ଟଙ୍କା ।
ତେବେ ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତି ମହିଳାଙ୍କ ସ୍ୱପ୍ନ ପୂରଣ କରିବା ହେଉଛି ସୁଭଦ୍ରାର ମୂଳ ଲକ୍ଷ୍ୟ । ଏହା ସରକାରୀ ଯୋଜନା ନୁହେଁ ଏହା ଓଡିଶାର ଅସ୍ମିତାର ପରିଚୟ ହେବ । ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ସହାୟ ହେବ । ସୁଭଦ୍ରା ରଥ ପ୍ରତି ଜିଲ୍ଲାରେ ଗଡିବ । ଗଣେଶ ପୂଜାରେ ଶୁଭ କାମ ହେଉଛି, ତେଣୁ ଏହି କାମ ସଫଳ ହେବ । ଆଜି ଭଳି ପବିତ୍ର ଦିନରେ ଏହି ରଥ ପ୍ରତି ସହରରେ ପ୍ରତି ଗାଁରେ ବୁଲିବ । ମାଆ ଭଉଣୀଙ୍କୁ ସଚେତନ କରିବ । ମାଆ ଭଉଣୀଙ୍କୁ ସଶକ୍ତିକରଣ କରିବା ପାଇଁ ଏ ରଥ ସାହିରେ ବସ୍ତିରେ, ରାସ୍ତାରେ ବୁଲିବ । କେହି ଜଣେ ବି ଯୋଗ୍ୟ ମହିଳା ଯୋଜନାରୁ ବଞ୍ଚିତ ରହିବେନି ।