କନକ ବ୍ୟୁରୋ: ପ୍ରତିବର୍ଷ ଭଳି ଆଜି ସେକ୍ଟର-୨ ସ୍ଥିତ ଡିସୌଜା ସ୍କୁଲ ପ୍ରତିଷ୍ଠା ଦିବସକୁ ବହୁତ ସୁନ୍ଦର ଭାବରେ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଚେୟାରମ୍ୟାନ ଅଲେକଜେଣ୍ଡାର ଡିସୌଜା, ଡାଇରେକ୍ଟର ଅlନାଵେଲ ଡିସୌଜା, ଅଧ୍ୟକ୍ଷ ଜୟୋତି ଗୁରୁୱାରା ଦ୍ବୀପ ପ୍ରଜ୍ୱଳନ କରିବା ସହ ପ୍ରତିଷ୍ଠାତା କ୍ୟାପଟେନ ଜନ୍ ଡିସୌଜା ଓ ଆନି ଡିସୌଜାଙ୍କ ଫଟୋରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
/filters:format(webp)/kanak/media/media_files/2025/10/25/ww-2025-10-25-22-24-03.jpeg)
ଅଧ୍ୟକ୍ଷା ମୌସୁମୀ ଦାସ ପ୍ରତିଷ୍ଠାତାଙ୍କ ଉଦ୍ଦେଶ୍ୟରେ ସୁନ୍ଦର ଭାବରେ ବକ୍ତବ୍ୟ ଦେଇଥିଲେ l ବିଦ୍ୟାଳୟର ପିଲାମାନେ ମନମୋହକ ସଙ୍ଗୀତ ପରିବେଷଣ କରିଥିଲେ l ବିଦ୍ୟାଳୟର ପ୍ରତିଷ୍ଠାତାଙ୍କ ଭିଡିଓକୁ ଶିକ୍ଷକ ତବରେଜ ଆଲାମ ପିଲାମାନଙ୍କୁ ଦେଖାଇଥିଲେ l ଶେଷରେ ନର୍ସରୀଠୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଫ୍ୟାନ୍ସି ପୋଷାକ ପିନ୍ଧି ସୁନ୍ଦର ଅଭିନୟ କରିଥିଲେ । କାର୍ଯ୍ୟକ୍ରମର ପରିଚାଳନା ଶିକ୍ଷୟିତ୍ରୀ ଜିନେଦା କରିଥିଲେ l ଶେଷରେ ଛାତ୍ରୀ ଜାହ୍ନବୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମଟି ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହାୟତାରେ ଶେଷ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/25/celebration-of-the-2025-10-25-22-24-44.jpeg)