କନକ ବ୍ୟୁରୋ: ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ପରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ପାଇଁ ଓଏଏସ ସଂଘର ଚାପ ବଢିଛି । ଏହାପରେ ଭୁବନେଶ୍ବର ସ୍ଥିତ ପାର୍ଟି ଅଫିସରେ ନିଜ ସମର୍ଥକଙ୍କ ସହ ପହଞ୍ଚି ଜଗନ୍ନାଥ ପ୍ରଧାନ ରାଜ୍ୟସଭାପତି ମନମୋହନ ସାମଲ ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି । ଦୀର୍ଘ ୨ ଘଣ୍ଟା ଧରି ରୁଦ୍ଧଦ୍ବାର ବୈଠକ ପରେ ଜଗା ପ୍ରଧାନ ପାର୍ଟି ଅଫିସରୁ ବାହାରିଥିଲେ । ରାଜ୍ୟ ଶୀର୍ଷ ନେତା ଜଗନ୍ନାଥ ପ୍ରଧାନଙ୍କ ଉପରେ ବଡ଼ ଆକ୍ସନ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ଜଗା ପ୍ରଧାନଙ୍କ ବୟାନ ରାଜ୍ୟ ରାଜନୀତିକୁ ଆହୁରି ଉଷ୍ମ କରିଦେଇଛି । ଜଗନ୍ନାଥ କହିଛନ୍ତି, ବିଏମସି ଘଟଣାକୁ ନେଇ ରାଜ୍ୟ ସଭାପତି ମୋତେ ଡାକିଥିଲେ ମୁଁ ଆସି ତାଙ୍କ ସହ ପରିବାରରେ ଯେମିତି ଆଲୋଚନା ହୁଏ ସେମିତି ଆଲୋଚନା କରିଛି ।
ସେପଟେ ରାଜ୍ୟ ବିଜେପି ସଭାପତି ଜଗନ୍ନାଥ ପ୍ରଧାନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ମନମୋହନ ସାମଲ କହିଛନ୍ତି, ମୁଁ ତାଙ୍କୁ ଡାକିଥିଲି ଆଲୋଚନା କରିଛି । ତାଙ୍କ ବିଷୟରେ ସରକାର ଯାହା ନିଷ୍ପତ୍ତି ନେବେ । ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାକୁ ସମସ୍ତେ ନିନ୍ଦା କରୁଛନ୍ତି । ବାରମ୍ବାର ସେ ବିଷୟରେ ଆଲୋଚନା କରିବା ଉଚିତ୍ ନୁହେଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/07/02/64ss-2025-07-02-22-49-38.jpg)