କନକବ୍ୟୁରୋ : ରାସ୍ତା କାମ ଚାଲିଛି । ଏପଟେ ଯିବା ଆସିବା ମନା । କାମ ଚାଲିଛି ଯେ ଚାଲିଛି । ଶୀତ ଦିନରୁ ଆରମ୍ଭ ହୋଇଥିବା କାମ ଏଯାଏଁ ସରୁନି । ତାହା ପୁଣି ସାଧାରଣ କଲଭର୍ଟ ଟିଏ । ସୋନପୁର ପୌର ପରିଷଦର ମୁଖ୍ୟ ରାସ୍ତା ତଥା ବଡ଼ବଜାର ଅଞ୍ଚଳ । ଏହି ରାସ୍ତା ଉପରେ ନିର୍ଭର କରନ୍ତି ସହରର ୮୦ ଭାଗ ଲୋକ । କଲଭର୍ଟ ନିର୍ମାଣ ଯୋଗୁଁ ଯାତାୟାତ ଠପ୍ , ବେପାର ମାନ୍ଦା । କଲଭର୍ଟ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରଙ୍କୁ କହିଲେ ସେ ଓଲଟା ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
ଠିକାଦାର ମାଡ଼ ମାରିବା ପ୍ରତିବାଦରେ ପୌର କାର୍ଯ୍ୟାଳୟକୁ ତାଲା ମାରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସହରବାସୀ । ତୁରନ୍ତ କଲଭର୍ଟ କାମ ସରିବା ସହ ସଂପୃକ୍ତ ଠିକାଦାରଙ୍କୁ କଳା ତାଲିକା ଭୁକ୍ତ କରିବାକୁ ଦାବି ହୋଇଛି । ନଚେତ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଠିକାଦାରଙ୍କ ବ୍ୟକ୍ତିଗତ ସମସ୍ୟା ଯୋଗୁଁ କାମ ଅଟକି ଥିଲା, ଖୁବ୍ଶୀଘ୍ର ସରିବ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ । କେବଳ ଏହି ରାସ୍ତା ନୁହେଁ ଆହୁରି ଅନେକ ରାସ୍ତାରେ କାମ ଧିମା ଚାଲୁଥିବାରୁ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି । ଠିକ୍ ଭାବରେ କାମ କରୁ ନାହାନ୍ତି ଠିକାଦାର । ମାସ ଧରି କାମ ପଡି ରହିବାରୁ ଅସୁବିଧା ହେଉଛି । ଏହାର ତୁରନ୍ତ ସମାଧାନ କରିବା ଜରୁରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/04/29/Ejv55eFsMWqMhZdD03Ti.jpg)