ଅମାନିଆ ମୋ ବସ୍ Photograph: (kanakNews)
କନକ ବ୍ୟୁରୋ : କଟକ ଗଣେଶ ଘାଟ ଛକରେ ଅଟୋ ଓ ମୋ ବସ ମଧ୍ୟରେ ଧକ୍କା ହୋଇଛି । ଅଟୋରେ ଥିବା ଡ୍ରାଇଭର ଗୁରୁତର ଆହତ ହୋଇଛି । ଘଟଣାସ୍ଥଳ ସ୍ଥାନୀୟ ଲୋକ ଏକାଠି ହୋଇ ଆହତକୁ ଉଦ୍ଧାର କରି ମେଡିକାଲ ପଠାଇଛନ୍ତି ।
ମୋ ବସଟି ହାଇକୋର୍ଟ ଆଡକୁ ଜୋରରେ ଯାଉଥିବା ବେଳେ ହଠାତ ଇଣ୍ଡିକେଟର ନ ଦେଇ ବାମ ପାର୍ଶ୍ବ କୁ ଅଟକି ଯାଇଥିଲା ଫଳରେ ପଛରେ ଆସୁଥିବା ଅଟୋଟି ଭାରସାସ୍ୟ ହରାଇ ମୋବସରେ ବାଡେଇ ହୋଇ ଯାଇଥିଲା । ଡ୍ରାଇଭର ର ଗୋଡ, ହାତ ଓ ଛାତିରେ ଆଘାତ ଲାଗିଛି । ପ୍ରତିଦିନ ମୋ ବସ ଡ୍ରାଇଭରଙ୍କ ଅସାବଧାନତା କାରଣରୁ କଟକ,ଭୁବନେଶ୍ବର ରେ ଦୁର୍ଘଟଣା ଘଟୁଛି । ଗତକାଲି ବାଦାମବାଡିରେ ମଧ୍ୟ ଏଭଳି ମୋ ବସ ଦୁର୍ଘଟଣା ଘଟିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
  /kanak/media/member_avatars/2024/11/27/2024-11-27t060618923z-rrrr.jpg ) 
                                
                             Follow Us
 Follow Us/kanak/media/media_files/2025/02/27/fpUcLB4hQyFWDi0uA17x.jpg)