କନକବ୍ୟୁରୋ : ଖୋଲିଲାନି କ୍ରୁଟର ଆଖି ଲୋକେ କରି ଦେଖାଇଲେ । ଏକଥା ଶୁଣି ଆପଣ ଟିକେ ଚକିତ ହେଉଥିବେ ଆମେ କାହିଁକି ଏପରି କହୁଛୁ କିନ୍ତୁ ଆପଣ ଯଦି ବିଡିଏ – ଏକାମ୍ର ରାସ୍ତା ଦେଇ ଯାଉଥିବେ ତେବେ ଆପଣ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବେ । ଏହି ସମାନ ସ୍ଥିତି ଲୋକେ ଭୋଗିବା ପରେ ଏବେ ଅଣ୍ଟା ଭିଡିଲେ ସାଧାରଣ ଲୋକେ ।

Advertisment

ବାରମ୍ବାର ପ୍ରଶାସନକୁ ଅନୁରୋଧ ପରେ ଶୁଣିଲାନି ପ୍ରଶାସନ ତାହା ବି ପୁଣି ଖୋଦ ରାଜଧାନୀ ଭୁବନେଶ୍ୱରରେ । ରାଜଧାନୀ ଭୁବନେଶ୍ୱରରେ ଯଦି ଏଭଳି ଅବ୍ୟବସ୍ଥା ରହୁଛି ତେବେ  ଉପାନ୍ତ ଅଂଚଲ କଥା ନ କହିବା ଭଲ । କିନ୍ତୁ ଏବେ ଏହାକୁ ବରିଷ୍ଠ ନାଗରିକ କରି ଦେଖାଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ବରିଷ୍ଠ ନାଗରିକ କରି ଦେଖାଇଛନ୍ତି ମୋ ବସ ଷ୍ଟପ୍ ।

ଆଉ ଏଥିସହ ଉପର ବ୍ୟାନରରେ ମୋ ବସଷ୍ଟାଣ୍ତ ମଧ୍ୟ ଲେଖାଯାଇଛି । ଏହି ରାସ୍ତା ଦେଇ ଯାଉଥିବା ପ୍ରତ୍ୟେକଟି ବ୍ୟକ୍ତି ଏହି ବସଷ୍ଟାଣ୍ତ ଦେଖି ବାଃ ବାଃ କରିବା ସହ ଚାରିଆଡୁ ପ୍ରଶଂସା ର ସୁଅ ଛୁଟୁଛି । 

ସୂଚନା ଅନୁଯାୟୀ ଏହି ରାସ୍ତା ଦେଇ ଶହଶହ ଲୋକ ପ୍ରତିଦିନି ଯିବା ଆସିବା କରିଥାନ୍ତି କିନ୍ତୁ ଏହିଠାରେ କୌଣସି ବସଷ୍ଟପର ବ୍ୟବସ୍ଥା ନଥିବାରୁ ବାରମ୍ବାର ଲୋକେ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । କିନ୍ତୁ ନା ପ୍ରଶାସନ ଏଥିପ୍ରତି କୌଣସି ଧ୍ୟାନ ଦେଲେ ନା ସମସ୍ୟାର ସମାଧାନ କଲେ ଏହି ରାସ୍ତାଟି ଭୀମଟାଙ୍ଗି-ସୁନ୍ଦରପଦା ରାସ୍ତା ଦେଇ ଜଟଣୀକୁ ପ୍ରତିଦିନ ୨୦ରୁ ଅଧିକ ମୋ ବସ ଯିବା ଆସିବା କରିଥାଏ ।

ଏହି ରାସ୍ତା ଟି ଜଟଣୀ ,ଖଣ୍ତଗିରି ଏମସକୁ ସଂଯୋଗ କରୁଥିବାରୁ ପ୍ରତିଦିନ ଏହି ଠାରୁ ଶହ ଶହ ଲୋକ ମୋ ବସ ଉପରେ ନିର୍ଭର କରିଥାନ୍ତି । ଏଥିସହ ବିଡିଏ ଛକ ଦେଇ ଏକାମ୍ର କଲେଜକୁ ରାସ୍ତା ସଂଯୋଗ କରୁଥିବାରୁ ଅନେକ କଲେଜ ଛାତ୍ରଛାତ୍ରୀଙ୍କ ସହ ବରିଷ୍ଠ ନାଗରିକ ସମସ୍ତ ବ୍ୟକ୍ତି ମୋ ବସ ଷ୍ଟପ ଉପରେ ନିର୍ଭର କରିଥାନ୍ତି ।

ଖରା ହେଉ କି ବର୍ଷା କି ଶୀତ ସମସ୍ତେ ଏହି ମୋ ବସ ଷ୍ଟପ ଉପରେ ନିର୍ଭର କରୁଥିବା ବେଳେ ଏହି ବସ ଷ୍ଟପ ବନେଇବା ପାଇଁ ପ୍ରଶାସନକୁ ଜଣାଇଥିଲେ କିନ୍ତୁ ଫଳ ଶୂନ । ନାଁ ଶୁଣିଲ ପ୍ରଶାସନ ନା କୌଣସି ପ୍ରତିଶ୍ରୃତି  ଦେଲେ ନା ତଦାରଖ କଲେ ।  ଶେଷରେ ପ୍ରଶାସନଠୁ ନିରାଶ ହେବା ପରେ ବରିଷ୍ଠ ନାଗରିକ ମାନେ ଅଣ୍ଟା ଭିଡି ନିଜ ହାତରୁ ଖର୍ଚ୍ଚ କରି ବନାଇଲେ ମୋ ବସ ଷ୍ଟପ । ତାଟି କବାଟ ବାଉଁଶ କିଣି ବନେଇଲେ ଲୋକଙ୍କ ସେବା ବା ମୋ ବସ ଷ୍ଟପ । 

ରାଜଧାନୀରେ ପ୍ରାୟ ୩୦୦ରୁ ଅଧିକ ମୋ ବସ ଯାତାୟତ କରୁଥିବା ବେଳେ ଏଥିପାଇଁ ମାତ୍ର ୧୯୫ଟି ମୋ ବସ ଷ୍ଟପ ରହିଛି । ସେହି ୧୯୫ ମୋ ବସ ଷ୍ଟପରୁ ଅଧିକାଂଶ ମୋ ବସ ଷ୍ଟପ ଅଚଳ ଏହା କୌଣସି କାମରେ ଆସୁନି । ଆଉ ଯେଉଁଠି ସାଧାରଣ ଲୋକଟିଏ ଅପେକ୍ଷା କରିବାରେ ହନ୍ତସନ୍ତ ହେଉଛି ସେଠି ମୋ ବସ ଷ୍ଟପଟିଏ ନାହଁ ।

କିନ୍ତୁ ଏଠି ସାଧାରଣରେ ଗୋଟିଏ ପ୍ରଶ୍ନ ଉଠୁଛି  ଯଦି ରାଜସ୍ୱ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା ତେବେ ଏହା କାହା ସ୍ୱାର୍ଥରେ ? ଯଦି ଲୋକଙ୍କ କାମରେ ଖର୍ଚ୍ଚ ହୋଇପାରୁନାହିଁ ରାଜ୍ୱସ ଟଙ୍କା ତେବେ କାହା ସ୍ୱାର୍ଥରେ ଏହି ଅର୍ଥ ବିନିଯୋଗ ହେଉଛି ?  ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନର ଭାଙ୍ଗୁଛି ନିଦ?