କନକ ବ୍ୟୁରୋ: ଭଗବତୀପୁର କଣ୍ଟାବାଡ଼ ସ୍ଥିତ ମାଉଣ୍ଟ ଲିଟେରା ଜୀ ସ୍କୁଲରେ ଦୁଇ ଦିନ ଧରି ଚାଲିଥିବା ଶିକ୍ଷକ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଅଛି । ପୁଡ଼ୁଚେରି ସ୍ଥିତ ଅରୋଭିଲେ ଆଶ୍ରମରୁ ଆସିଥ‌ିବା ପ୍ରକ୍ଷାତ ଶିକ୍ଷାବିତ ତଥା ପ୍ରଶିକ୍ଷକ ଶ୍ରୀ ରବି ଶଙ୍କର ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ଉତ୍କୃଷ୍ଟ ମାନର ପଠନ – ପାଠନ ପାଇଁ ପ୍ରଶିକ୍ଷିତ କରିଛନ୍ତି । ଏହି ଶିବିରରେ ଏନ, ଇ, ପି, ୨୦୨୦, ଏନ, ସୀ, ଏଫ, ଏବଂ ଆର୍ଟ ଇଣ୍ଟିଗ୍ରେଟେଡ ଟିଚିଙ୍ଗ ଓ ଲର୍ଣ୍ଣିଂ ଫାଉଣ୍ଡେସନାଲ ନ୍ୟୁମେରାଶି, ପାର୍ଟିସିପେଟୋରୀ ତଥା ଇଣ୍ଟେରାକଟିଭ, ବିୟୋଣ୍ଡ ଟେକ୍ସଟ୍ ବୁକ ଆପ୍ରୋଚ ତଥା ସ୍କଲାଷ୍ଟିକ ଆକ୍ଟିଭୀଟସର ପ୍ରଧାନ୍ୟତା ଇତ୍ୟାଦି ସମ୍ବନ୍ଧରେ ବିଶେଷ ପ୍ରଶିକ୍ଷଣ ଦିଆଯାଇଅଛି । ଯାହା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କର ବୈଷୟିକ ଓ ଦକ୍ଷତାକୁ ବିକାଶ କରିବାରେ ନିଶ୍ଚିତ ସହାୟକ ହେବ ।

Advertisment

ଉଦଯାପିତ ସଭାରେ ନିଜର ଖୁସି ଓ କୃତଜ୍ଞତା ଜ୍ଞାପନ କରି ସ୍କୁଲର ଚେୟାରମ୍ୟାନ କହିଛନ୍ତି, “ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କର ଶୈକ୍ଷିକ ଓ ଶୈକ୍ଷଣିକ ବିକାଶ ପାଇଁ ଆମେ ନିୟମିତ ଭାବରେ ଭଲ ଭଲ ପ୍ରଶିକ୍ଷଙ୍କ ଦ୍ବାରା ଏହିଭଳି ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ କରି ଆସୁଛୁ ଯେଉଁଥରେ କି ଶିକ୍ଷକ ମାନଙ୍କର ଦକ୍ଷତା ବୃଦ୍ଧି ସହିତ ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ପ୍ରଗତି ଓ ସମ୍ପୂର୍ଣ ବିକାଶ ହୋଇପାରୁଛି ।"