କନକ ବ୍ୟୁରୋ: ହରିଆଣା ମହିଳା ଆୟୋଗ ଅଧ୍ୟକ୍ଷା ରେଣୁ ଭାଟିଆଙ୍କ ବିବାଦୀୟ ବୟାନ । ଏହାକୁ ନେଇ ବର୍ତ୍ତମାନ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ସାଇବର କ୍ରାଇମ ଏବଂ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲାରେ ନିଜର ମତ ରଖୁଥିବା ବେଳେ ସେ କହିଥିଲେ ଯେ, ଝିଅମାନେ ଓୟୋ ରୁମରେ ହନୁମାନ ଚାଳିଶା ପାଠ କରିବାକୁ ଯାଉନାହାନ୍ତି । ସେ ଏହିଭଳି ସ୍ଥାନକୁ ଯିବାବେଳେ ଝିଅ ମାନଙ୍କୁ ନିଜର ଧ୍ୟାନ ରଖିବାକୁ ପରାମର୍ଶ ଦେଇଛନ୍ତି ।
ବୁଧବାର ରେଣୁ ଭାଟିଆ କୈଥଲର ଏକ କଲେଜରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ସମୟରେ ସେ ନିଜର କଥା ରଖିଥିବା ବେଳେ ଲିଭ-ଇନ-ରିଲେସନସିପ ଆଇନ ବାବଦରେ ମଧ୍ୟ ନିଜର ମତ ରଖିଥିଲେ । ସେ କହିଥିଲେ ଯେ ଆଇନ ଯୋଗୁ ଅନେକ ଅଭିଯୋଗରେ ଆୟୋଗଙ୍କ ହାତ ବନ୍ଧା ପଡିଛି ।
ସେ ଲିଭ-ଇନ-ରିଲେସନସିପ ଆଇନକୁ ବଦଳାଇବା ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ, ଆୟୋଗଙ୍କ ପାଖରେ ଯେତୋଟି ମାମଲା ଆସିଥାଏ ସେ ମଧ୍ୟରୁ ଅଧିକ ମାମଲା ଲିଭ-ଇନ-ରିଲେସନସିପର ରହିଥାଏ । ପ୍ରେମ ପାଇଁ ଶାରିରୀକ ଶୋଷଣ ଉପରେ ସେ ମତ ରଖି କହିଥିଲେ ଯେ ଝିଅମାନେ ଓୟୋ ରୁମରେ ହନୁମାନ ଚାଳିଶା ପାଠ କରିବାକୁ ଯାଉନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/hhshshs.jpg)