କନକ ବ୍ୟୁରୋ: ପ୍ରାଣୀ ଚିକିତ୍ସକଙ୍କ ସମୂହ ଧାରଣା । ଚିକିତ୍ସା ଅଭାବରୁ ଛଟପଟ ହେଉଛନ୍ତି ଗାଈଗୋରୁ । ଏପରି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲାରୁ ।
ଗୋଟିଏ ପଟେ ଭେଟେରିନାରୀ ଡାକ୍ତରଙ୍କ ଆନ୍ଦୋଳନ ତ, ଅନ୍ୟପଟେ ନଜ ଗୃହ ପାଳିତ ପଶୁଙ୍କୁ ଧରି ଛିଡା ହୋଇଛନ୍ତି ମାଲିକ । ୪ ଦଫା ନେଇ ଆଜି ଠାରୁ ରାଜ୍ୟ ବ୍ୟାପି ପ୍ରାଣୀ ଚିକିତ୍ସାକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରାଣୀସେବା କ୍ଷେତ୍ରରେ ୮ ଘଣ୍ଟା ବଦଳରେ ୨୪ ଘଣ୍ଟିଆ ସେବା ବ୍ୟବସ୍ଥା, କେନ୍ଦ୍ରୀୟ ପ୍ରାଣୀଚିକିତ୍ସକଙ୍କ ଭଳି ପଦୋନ୍ନତି ବ୍ୟବସ୍ଥା ପରି ୪ ଦଫା ଦାବୀ ପୁରଣ ନ ହବା ଯାଏଁ କାମରେ ଯୋଗଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଓଡିଶା ପ୍ରାଣୀ ଚିକିତ୍ସା ସେବା ସଂଘ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/32-10.jpg)