କନକ ବ୍ୟୁରୋ : ନୂଆବର୍ଷ ଆରମ୍ଭ ହୋଇଛି । ସମସ୍ତ ପର୍ଯ୍ୟଟନସ୍ଥଳୀରେ ପ୍ରବଳ ଭିଡ । ଏହାରି ଭିତରେ ରାଜ୍ୟ ପରିବହନ ବିଭାଗ ପିକନିକ୍ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ ମୁଖ୍ୟତ ଦୁର୍ଘଟଣା କମାଇବାକୁ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି ।
ପିକନିକରେ ଅମାନିଆଙ୍କ ଉପରେ ଏବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗ ତାର ନୂଆ ଗାଇଡଲାଇନରେ ଉଲ୍ଲେଖ କରିଛି । ପିକନିକ୍ ନେଇ ଯାଉଥିବା ଗାଡିର ଡ୍ରାଇଭର ଯଦି ମଦ୍ୟପାନ କରିଥାନ୍ତି ତେବେ ତାଙ୍କୁ ତୁରନ୍ତ ଗିରଫ କରାଯିବ । ଏହାସହ ମଦ୍ୟପ ଡ୍ରାଇଭରଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବ ।
ପିକନିକ ପାଇଁ ଭଡାରେ ଗାଡି ଦେଉଥିବା ଯାନବାହନ ମାଲିକଙ୍କୁ ଅନୁମତି ନେବାକୁ ପଡିବ । ସଂପୃକ୍ତ ଆରଟିଓରୁ ଅନୁମତି ଆଣିବେ ବାହନ ମାଲିକ । ଏହାସହ ପ୍ରତି ପିକନିକ୍ ସ୍ପଟରେ ପରିବହନ କର୍ମଚାରୀ ରହିବେ ବୋଲି ଗାଇଡଲାଇନରେ କୁହାଯାଇଛି ।