କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲାର ସଦର ମହକୁମା ଠାରୁ ୬୫ କିଲୋମିଟର ଏବଂ ଜଳେଶ୍ୱର ମୁଖ୍ୟାଳୟ ଠାରୁ ୧୪ କିଲୋମିଟର ଦୁରରେ ରହିଛି ଐତିିହାସିହ ରାଇବଣିଆ ଦୁର୍ଗ । କଟକର ବାରବାଟି ଦୁର୍ଗ ଠାରୁ ବଡ ଦୁର୍ଗରେ ପର୍ଯ୍ୟଟକଙ୍କ ଭିଡ ଜମୁଛି । ମହାଭାରତରେ ବର୍ଣ୍ଣିତ ଏହି ଗଡରେ ପଂଚୁ ପାଣ୍ଡବ ଅଜ୍ଞାତ ବାସ ସମୟରେ ଅତ୍ମଗୋପନ କରିଥିଲେ । ବିରାଟ ରାଜାଙ୍କ ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀ ଏଠାରେ ପୂଜା ପାଉଥିଲେ । ହେଲେ ବିରାଟ ରାଜାଙ୍କ ପତନର ଅନେକ ବର୍ଷ ପରେ ମୟୂରଭଞ୍ଜର କୌଣସି ଭଞ୍ଜ ବଂଶିୟ ଶାସନ ସମୟରେ କିଚକେଶ୍ୱରୀ ଠାକୁରାଣୀଙ୍କୁ ଏଠାରୁ ନେଇ ଖିଂଚି ଠାରେ ପ୍ରତିଷ୍ଠା କରିଥିଲେ । ଆଉ ଏବେ ଦୁର୍ଗରେ ପୂଜା ପାଉଛନ୍ତି ମା’ ଗଡଚଣ୍ଡି ।

Advertisment

ରାଇବଣିଆ ଦୁର୍ଗର ତିନି ପଟେ ରହିଛି ସୁବର୍ଣ୍ଣରେଖା ନଦୀ । ତେଣୁ ସାମରିକ ଦୃଷ୍ଟି କୋଣରୁ ବି ଏହାଥିଲା ନିରାପଦ ଏବଂ ସୁରକ୍ଷୀତ ସ୍ଥାନ । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଏହା ଅସ୍ଥିତ୍ୱ ହରାଇଛି ।ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇଥିଲେ ମଧ୍ୟ ଆବଶ୍ୟକୀୟ ସୁବିଧା ସୁଯୋଗ ନଥିବାରୁ ପର୍ଯ୍ୟଟକମାନେ ବୁଲି ଯିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ତେଣୁ ଏହାର ପୁନଃରୁ୍ଦ୍ଧାର ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ପ୍ରଶାସନ ମଧ୍ୟ ଏଥିପାଇଁ ଅଂଟା ଭିଡିଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୬ କୋଟି ୮୭ ଟକ୍ଷ ଟଙ୍କା ବ୍ୟୟ ବରାଦରେ ବିକାଶମୂଳକ କାମର ଶିଳାନ୍ୟାସ ହୋଇଛି ।

ଦୁର୍ଗର ଇତିହାସ କୁହେ, ଏହା ଦୈ÷ଘ୍ୟ ଓ ପ୍ରସ୍ଥ ୪ ଯୋଜନ ବା ୧୨ ବର୍ଗ ମାଇଲ ଥିଲା । ୫ ହଜାର ସୈ÷ନ୍ୟଙ୍କ ସହିତ ଅସଂଖ୍ୟ ସମର ନିପୁଣ ଘୋଡା ଓ ହାତୀ ରହିଥିଲେ । ରାଇବଣିଆ ଦୁର୍ଗର ଚାରିପଟେ ସୁଗଭିର ଗଡଖାଇ ରହିଥିଲା । ଅଫଗାନ, ମୋଗଲ, ହ୍ୟୁନ ଏବଂ ମରହଟ୍ଟା ଅଦି ଶତ୍ରୁଙ୍କ ଅକ୍ରମଣରୁ ଉକ୍ରଳକୁ ସୁରକ୍ଷା କରିବା ପାଇଁ ଏହି ଦୁର୍ଗ ସାଜିଥିଲା ସୁରକ୍ଷା କବଚ ।