କନକ ବ୍ୟୁରୋ : ଗୋଟିଏ ଟିକାର ୩ ଟି ଦରକୁ ନେଇ ଲାଗି ରହିଥିବା ବିବାଦ ଭିତରେ କୋଭିସିଲ୍ଡ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ରାଜ୍ୟ ସରକାରମାନଙ୍କ ପାଇଁ ଖୁସି ଖବର ଆଣିଛି । ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସୂଚନା ଦିଆଯାଇଛି କି ରାଜ୍ୟମାନଙ୍କୁ କୋଭିସିଲ୍ଡ ଟିକାର ପ୍ରତ୍ୟେକ ଡୋଜ୍ ୩୦୦ ଟଙ୍କାରେ ଉପଲବ୍ଧ କରାଯିବ । ଏନେଇ ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।
As a philanthropic gesture on behalf of @SerumInstIndia, I hereby reduce the price to the states from Rs.400 to Rs.300 per dose, effective immediately; this will save thousands of crores of state funds going forward. This will enable more vaccinations and save countless lives.
— Adar Poonawalla (@adarpoonawalla) April 28, 2021
କହିରଖୁ କି ଏହାପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଦେଶରେ କୋଭିସିଲ୍ଡ ଟିକାର ପ୍ରତିଡୋଜ ପାଇଁ ୩ ଟି ଦର ଘୋଷଣା କରାଯାଇଥିଲା । ଏହି ଟିକାର ପ୍ରତିଡୋଜ କେନ୍ଦ୍ର ସରକାରଙ୍କ ପାଇଁ ୧୫୦ ଟଙ୍କା ରଖାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପାଇଁ ୪୦୦ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/et-explains-why-did-india-extend-the-gap-between-covishield-doses.jpg)