କନକ ବ୍ୟୁରୋ : ରାଜ୍ୟରେ ଆରମ୍ଭ ହୋଇଗଲାଣି ଗ୍ରୀଷ୍ମ ଲହରୀ । ଗତକାଲି ରାଜଧାନୀରେ ୩ଘଂଟା ଧରି ଅସମ୍ଭାଳ ଗ୍ରୀଷ୍ମ ଅନୁଭୁତ ହୋଇଛି । ଆଜି କାଲି ଭଳି ପରିସ୍ଥିତି ଦେଖାଗଲେ ପାଣିପାଗ କେନ୍ଦ୍ର ପକ୍ଷରୁ ଆନୁଷ୍ଠାନିକ ଭାବେ ହିଟ୍ୱେଭ ଘୋଷଣା କରାଯିବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନିକଟରେ ଘୋଷିତ ଗ୍ରୀଷ୍ମଲହରୀ ବଳୟରେ ଓଡ଼ିଶା ଅନ୍ୟତାମ ରାଜ୍ୟ ସ୍ଥାନ ପାଇଛି ।
ଏଥର ରାଜ୍ୟର ଊପକୂଳବର୍ତୀ ଅନ୍ୟୁନ ୨ଟି ସ୍ଥାନରେ ସର୍ବୋଚ୍ଚ ତାପାମାତ୍ରା ୩୭ଡିଗ୍ରୀ ଟପିଲେ ଗ୍ରୀଷ୍ମଲହରୀ ପ୍ରବାହିତ ହେବ ବୋଲି ଘୋଷଣା କରାଯିବ । ଅନ୍ୟପକ୍ଷରେ ଅଭ୍ୟନ୍ତରୀଣ ସ୍ଥାନରେ ତାପାମାତ୍ରା ୪୦ଡିଗ୍ରୀ ଉପରକୁ ଗଲେ ଗ୍ରୀଷ୍ମଲହରୀ ହେବ । ଗତକାଲି ଭୁବନେଶ୍ୱରରେ ସର୍ବୋଚ୍ଚ ତାପାମାତ୍ରା ୩୮.୨ ଥିବା ବେଳେ ବାଲେଶ୍ୱରରେ ୩୭.୬ରେକର୍ଡ କରାଯାଇଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-04-09h29m46s112.png)