ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ କାମଚଳା ବଜେଟ୍ । ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣକୁ ଗୁରୁତ୍ୱ । ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପାଇଁ ସର୍ବାଧିକ ବ୍ୟୟ ବରାଦ ।

83

କନକ ବ୍ୟୁରୋ: ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ମୋଟ ଦୁଇ ଲକ୍ଷ ୫୫ ହଜାର କୋଟିର ବଜେଟ ଆଣିଛନ୍ତି ରାଜ୍ୟ ସରକାର । ଏଥିରୁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ରହିଛି । ଏଥିରେ ମହିଳା ସଶକ୍ତିକରଣ, ଉତ୍ତମ ସ୍ୱାସ୍ଥ୍ୟ ସେବାଶିକ୍ଷା ଓ ଭିିତ୍ତିଭୂମିକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ ଅର୍ଥାତ ୭ ଦଶମିକ ୨୫ ପ୍ରତିଶତ ରହିଛି ବୋଲି ଅର୍ଥମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି । ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫ ପ୍ରତିଶତ ଆକଳନ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମିଳିଛି ଅଧିକ ଅର୍ଥ । ଏହି ବିଭାଗକୁ ମିଳିଛି ୨୪ ହଜାର ୭ ଶହ ୬୪ କୋଟି ଟଙ୍କା । ମିଶନ ଶକ୍ତି , ମେଟ୍ରୋ, ଲକ୍ଷ୍ମୀ ଯୋଜନା ପାଇଁ ଅଧିକ ବ୍ୟୟବରାଦ ହୋଇଛି । ମିଶନ ଶକ୍ତି ପାଇଁ ୨୭ଶହ ୬୧ କୋଟି, ଲକ୍ଷ୍ମୀ ଯୋଜନା ପାଇଁ ୧୧୯୧ କୋଟି ବ୍ୟୟବରାଦ ହୋଇଛି ।

ଭୁବନେଶ୍ୱର-କଟକ ମେଟ୍ରୋ ପ୍ରକଳ୍ପ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର । ପଂଚାୟତିରାଜ ବିଭାଗ ପାଇଁ ୨୨ ହଜାର ୫୪୩ କୋଟି, ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୯ ହଜାର ୭୨୯ କୋଟି, ଜଳସମ୍ପଦ ପାଇଁ ୧୩ ହଜାର ୨୬୭, ଯୋଜନା ଓ ସଂଯୋଜନା ପାଇଁ ୧୨ହଜାର ୪୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର । ସେହିଭଳି ଗ୍ରାମ୍ୟ ଉନ୍ନୟନ ପାଇଁ ୯ ହଜାର ୩୩୦ କୋଟି, ଗୃହ ବିଭାଗ ପାଇଁ ୮ ହଜାର ୬୪୧ କୋଟି ଓ ନିର୍ମାଣ ବିଭାଗ ପାଇଁ ୧୦ ୯୫୦ କୋଟି ଟଙ୍କା ବ୍ୟବରାଦ ହୋଇଛି । ଧାନ ମୂଲ୍ୟ ସଠିକ ସମୟରେ ପ୍ରଦାନ ପାଇଁ ବଜେଟରେ ୨ ହଜାର କୋଟିର ଫଣ୍ଡ ବ୍ୟବସ୍ଥା ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ୫ ହଜାର ୪୫୦ କୋଟି ବ୍ୟୟବରାଦ ହୋଇଛି । ଆମ ଓଡିଶା ନବୀନ ଓଡିଶାରେ ୪ ହଜାର କୋଟିରୁ ଅଧିକ ବ୍ୟୟ ଯୋଜନା ରଖାଯାଇଛି ।

ଓଡିଶା ଏବେ ୧ ଶହ ବିଲିୟନ ଡଲାରରୁ ଅଧିକ ଅର୍ଥନୀତିରେ ପରିଣତ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । କୃଷି ପାଇଁ ବଜେଟରେ ୨୮ ହଜାର ୯୪୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବର୍ତମାନ ମୁଣ୍ଡପିଚ୍ଛା ଋଣଭାର ୨୨ ହଜାର କୋଟି ଟଙ୍କା ରହିଛି । ଚଳିତ ବର୍ ଖୋଲା ବଜାରରୁ ୧୨ ହଜାର ୩ ଶହ କୋଟି ଟଙ୍କା ଋଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।