ପେପର ହକରରୁ  ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ବିଜେତା । ଏକ କଠୋର ସଂଘର୍ଷ କାହାଣୀ

ପେପର ହକରରୁ  ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ବିଜେତା । ଏକ କଠୋର ସଂଘର୍ଷ କାହାଣୀ

କନକ ବ୍ୟୁରୋ: ପେଶା ଖବର ବିକିବା, ହେଲେ ନିଶା ସାହିତ୍ୟ ଚର୍ଚ୍ଚା । ସେ ନିଶା ପୁଣି ଏମିତି ଯେ, ତାଙ୍କୁ ରାଜ୍ୟର ସର୍ବୋଚ୍ଚ ସାହିତ୍ୟ ସମ୍ମାନରେ ସମ୍ମାନୀତ କରାଯାଇଛି । ଏଭଳି ଜଣେ ବିରଳ ପ୍ରତିଭା ହେଉଛନ୍ତି କେରଳ  ଯୁବକ ଅଖିଲ କେ. ।

ପଢ଼ିବାର ଇଚ୍ଛା ଥାଇ ବି ପରିବାର ପାଇଁ ପାଠପଢ଼ା ଛାଡ଼ିଥିଲେ। ଘର ଚଳାଇବା ପାଇଁ ଦିନ ମଜୁରିଆ ହେବା ସହ ହକର ହୋଇ ଘରେ ଘରେ ଖବରକାଗଜ ବାଣ୍ଟୁଥିଲେ । ହେଲେ ଏସବୁ ମଧ୍ୟରେ ମରି ନଥିଲା ତାଙ୍କ ଲେଖିବାର ଇଚ୍ଛା। ସମାଜରେ ରହୁଥିବା ବିଭିନ୍ନ ଲୋକଙ୍କ ସହ ମିଶିବା ଏବଂ ବିଭିନ୍ନ ଜିନିଷ ବିଷୟରେ ଜାଣିବା ନିଶା ଆଜି ଅଖିଲଙ୍କୁ ଜଣେ ପ୍ରତିଷ୍ଠିତ ଲେଖକରେ ପରିଣତ କରିପାରିଛି। ଏବେ ତାଙ୍କୁ ତାଙ୍କର କ୍ଷୁଦ୍ର ଗଳ୍ପ ସଂକଳନ ‘ନୀଲାଚଦୟନ’ ପାଇଁ କେରଳ ସାହିତ୍ୟ ଅକାଦେମିର ସମ୍ମାନଜନକ ବାର୍ଷିକ ସାହିତ୍ୟ ପୁରସ୍କାର ମିଳିଛି। ତେବେ ଆଜି ନିଜ ଦକ୍ଷତା ପାଇଁ ଚର୍ଚ୍ଚିତ ହୋଇଥିବା ଅଖିଲଙ୍କ ଜୀବନ ‌ଯେ କେତେ ସଂଘର୍ଷମୟ ଥିଲା  ।

publive-image

ଜୀବନଜୀବିକାର ସଂଘର୍ଷମୟ କାହାଣୀ ବଖାଣି ଅଖିଲ୍ କହନ୍ତି, ଦ୍ବାଦଶ ପରେ ମୁଁ ଆଗକୁ ପାଠପଢ଼ା ଜାରି ରଖିବାକୁ ଚାହୁଥିଲି। ହେଲେ ତାହା ସମ୍ଭବ ହେଲା ନାହିଁ। କାରଣ ମୋତେ ପିତାମାତା, ଭାଇ ଏବଂ ଜେଜେମା’ଙ୍କ ଦାୟିତ୍ବ ନେବାକୁ ପଡ଼ିଥିଲା। ଖୁବ କମ ବୟସରୁ ଘର ଚଳାଇବା ପାଇଁ ମୁଁ ଘରେ ଘରେ ଖବରକାଗଜ ବାଣ୍ଟିବା ଆରମ୍ଭ କରିଥିଲି। ସକାଳେ ଏ କାମ କରିବା ସହ ରାତିରେ ବାଲି ଖୋଳିବା କାମ କରୁଥିଲି। ଦିନ ବେଳେ ମୋତେ ବହୁତ ସମୟ ମିଳୁଥିବାରୁ ମୁଁ ବିଭିନ୍ନ ଲୋକଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କଲି ଏବଂ ସେମାନଙ୍କୁ ନେଇ ଲେଖିବା ଆରମ୍ଭ କଲି। ଲୋକମାନଙ୍କ ଜୀବନ, ସେମାନଙ୍କ ଅଭିଜ୍ଞତା ଓ ଚିନ୍ତାଧାରା ବିଷୟରେ ଜାଣିବା ପରେ ନିଜ ମନରେ ଏହାକୁ ନେଇ କାହାଣୀ ତିଆରି କରୁଥିଲି ଏବଂ ଲେଖୁଥିଲି। ହେଲେ ଏ ଲେଖା ‌ ମୋତେ ଏବେ ଲୋକପ୍ରିୟ କରିବ ବୋଲି ଜାଣିନଥିଲି। ‘ନୀଲାଚଦୟନ’ ହେଉଛି ଇଡ୍ଡୁକି ଜିଲ୍ଲାରେ ମିଳୁଥିବା ଏକପ୍ରକାରର ଭାଙ୍ଗ। ଏ ବିଷୟରେ ଜାଣିବା ପରେ ମୁଁ ମୋ କ୍ଷୁଦ୍ର ଗଳ୍ପର ଶୀର୍ଷକ ର୍ନୀଲାଚଦର୍ର୍ ରଖିବି ବୋଲି ଭାବିଥିଲି। ଏହି କ୍ଷୁଦ୍ର ଗଳ୍ପର କାହାଣୀ ଉତ୍ତର କେରଳର ସାଧାରଣ ଲୋକଙ୍କ ଜୀବନ ଉପରେ ଆଧାରିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe