ମହିଳାଙ୍କୁ ଟିକେଟ ଦେବାକୁ ପଛଘୁଞ୍ଚା ରାଜ୍ୟ ରାଜନୈତିକ ଦଳ । ଏଥର ଲୋକସଭାରେ ୭ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଅନ୍ୟ ଦଳ ପଛରେ

୩୩ ପ୍ରତିଶତ ସଂରକ୍ଷଣ ବିଫଳ!

77

କନକ ବ୍ୟୁରୋ: ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଛି । ବିଲ୍ ପାରିତ ହେବା ପରେ ସବୁ ଦଳ ଏହି କୋଟା ପୂରଣ କରିବେ ବୋଲି ଲାଗୁଥିଲା । ଗତ ନିର୍ବାଚନ ଭଳି ଏଥର ମଧ୍ୟ ବିଜେଡି ଓଡ଼ିଶାରେ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ଟିକେଟ୍ ଦେଇ କୋଟା ପୂରଣ କରିଛି । କିନ୍ତୁ ବିଜେପି ସବୁଯାକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ଆହୁରି ୧୪ଟି ଆସନ ପାଇଁ ତାଲିକା ଘୋଷଣା କରିବାକୁ ବାକି ରହିଛି । ତେବେ କେଉଁ ଦଳ କେତେ ମହିଳାଙ୍କୁ ପ୍ରାର୍ଥୀ କରିଛି, ନଜର ପକାଇବା ଏହି ରିପୋର୍ଟ ଉପରେ ।