ରାଜ୍ୟ ପୋଲିସ ପକ୍ଷରୁ ୬୧ତମ ସହିଦ ଦିବସ ପାଳନ : କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ହେଉଛି ପାଳନ ; କରୋନାରେ ସହିଦ ହୋଇଥିବା ୪୧ଜଣ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି

134

କନକ ବ୍ୟୁରୋ : ଭୁବନେଶ୍ୱରରେ ରିଜର୍ଭ ପୋଲିସ ପଡିଆରେ ୬୧ ତମ ପୋଲିସ ସହିଦ ଦିବସ ପାଳିତ ହୋଇଛି । ଏହି ଅବସରରେ କରୋନାରେ ସହିଦ ହୋଇଥିବା ୪୧ ଜଣ ପୋଲିସ ଯବାନଙ୍କ ସ୍ମୃତି ଚାରଣ କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ରାଜଧାନୀର ରିଜର୍ଭ ପୋଲିସ ପଡିଆରେ ଅନୁଷ୍ଠିତ ସହିଦ ଦିବସ କାର୍ଯ୍ୟକ୍ରମରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଉପସ୍ଥିତ ଥିଲେ ।

ସେହିପରି ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସହିଦ ପୋଲିସ ଜବାନଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଂଜଳି ଦେଇଛନ୍ତି । କରୋନାରୁ ସୁସ୍ଥ ହୋଇ ଯେଉଁ ପୋଲିସ କର୍ମୀ ସୁସ୍ଥ ହୋଇ ପ୍ଲାଜମା ଦାନ କରିଥିଲେ ଏବଂ ଯେଉଁମାନେ ସହିଦ ଛନ୍ତି ସେମାନଙ୍କର ବଳିଦାନକୁ ସମସ୍ତେ ବୁଝିବେ ଓ ସହ ଯୋଗ କରିବେ ବୋଲି କହିଛନ୍ତି ପୋଲିସ କମିଶନର ।