ପ୍ରଜ୍ଞାପନମେଢକୁ ନେଇ ତେଜିଲା ରାଜନୀତି: କେନ୍ଦ୍ର ମନା କରିବା ପରେ ରାଜ୍ୟ ପରେଡ ରିହର୍ସଲରେ ଗଡିଲା ପଶ୍ଚିମବଙ୍ଗରେ ପ୍ରଜ୍ଞାପନ ମେଢ଼

140

କନକ ବ୍ୟୁରୋ: କେନ୍ଦ୍ରର ମନା ପରେ ରାଜ୍ୟରେ ପରେଡ ରିହେଲସେଲରେ ଗଡିଲା ପ୍ରଜ୍ଞାପନ ମେଢ । କୋଲକାତାରେ ଲାଲ ରୋଡରେ ଗଡିବ ପଶ୍ଚିମବଙ୍ଗରେ ପ୍ରଜ୍ଞାପନ ମେଢ । ଏନେଇ ଜୋର ସୋର ପ୍ରସ୍ତୁତି ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଚିତ୍ରରେ ସଜ୍ଜିତ ପଶ୍ଚିମ ବଙ୍ଗର ପ୍ରଜ୍ଞାନ ମେଢ ଦିଲ୍ଲୀରେ ଆୟୋଜିତ ଗଣତନ୍ତ୍ରୀ ଦିବସ ପ୍ୟାରେଡ ଭାଗ ନେଇା ପାରିବେ ନାହିଁ କେନ୍ଦ୍ର ସରକାର ଘୋଷଣା କରିଥିଲେ ।

ଏହି ଘୋଷଣା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିିଥିଲେ ଓ ଏହାପରେ ପ୍ରଜ୍ଞାନ ମେଢ କୋଲକାତାର ରେଡ ରୋଡର ଗଡାଇବାକୁ ନିଷ୍ପତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ଗଣତନ୍ତ୍ର ଦିବସ ଅବସରରେ ସବୁରାଜ୍ୟର କଳା ଓ ସଂସ୍କୃତିରେ ସଜ୍ଜିତ ପ୍ରଜ୍ଞାନ ମେଢ ଦିଲ୍ଲୀରେ ପ୍ରର୍ଦଶୀତ ହୁଏ । କିନ୍ତୁ ଏ ବର୍ଷ ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟ ଏଥିରୁ ବାଦ ପଡିଛନ୍ତି । ଯାହାକୁ ନେଇ ଅଶନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।