‘ଫ୍ଲାଗ କୋଡ୍ ଅଫ ଇଣ୍ଡିଆ’ ଆଇନକୁ ଫୁ, ଏବେ ମଧ୍ୟ ବିଭିନ୍ନ ଦୋକାନରେ ବିକ୍ରି ହେଉଛି ପ୍ଲାଷ୍ଟିକ ପତାକା

131

କନକ ବ୍ୟୁରୋ : ରାଜ୍ୟରେ ପ୍ଲାଷ୍ଟିକ ଓ ପଲିଥିନ ଉପରେ ରୋକ ଲଗାଇବେ ସରକାର । ସରକାରଙ୍କ ଘୋଷଣା ଅନୁସାରେ ଆସନ୍ତା ଗାନ୍ଧି ଜୟନ୍ତୀରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ ହେବ । ତେବେ ରାଜ୍ୟରେ ପ୍ଲାଷ୍ଟିକ ପତାକା ଉଡିବ କି ନାହିଁ ସେନେଇ କୈାଣସି ସୂଚନା ବର୍ତ୍ତମାନ ସମୟରେ ମିଳିପାରିନାହିଁ । ତିନି ଦନ ତଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଲକୁ ସ୍ୱାଧୀନତା ଦିବସରେ ପ୍ଲାଷ୍ଟିକ ପତାକା ନଉଡାଇବା ପାଇଁ ଏକ ଚିଠି ଲେଖିଥିଲା । ତେବେ ଏହା ପରେ ଓଡିଶାରେ ପ୍ଲାଷ୍ଟିକ ପତାକା ଉଡିବ କି ନାହିଁ ତାହା ଜଣାପଡିନାହିଁ । କାରଣ ଅନେକ ଦୋକାନରେ ଏବେବି ପ୍ଲାଷ୍ଟିକ ପତାକା ଉଡୁଥିବା ଦେଖାଯାଉଛି ।

 

ଜାତୀୟ ସ୍ତରର ଏକ ରିପୋର୍ଟ ଅନୁସାରେ ଭାରତରେ ସର୍ବାଧିକ ପ୍ଲାଷ୍ଟିକ ପତାକା ଅଧିକ ମାତ୍ରାରେ ବିକ୍ରି ହେଉଛି । ତେଣୁ ଚଳିତ ଥର ମଧ୍ୟ ରାଜ୍ୟରେ ପ୍ଲାଷ୍ଟିକ ପତାକା ଉଡିପାରେ । ଯଦି ଏପରି ହୁଏ ତେବେ ‘ଫ୍ଲାଗ କୋଡ୍ ଅଫ ଇଣ୍ଡିଆ’ ଆଇନର ଅବମାନନା ହୋଇପାରେ । ୨୦୧୫ରେ ଦେଶରେ ପ୍ଲାଷ୍ଟିକ ପତାକା ବିକ୍ରି କରାଯିବା ଉପରେ କଟକଣା ଲଗାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ନିୟମ କି କୈାଣସି ରାଜ୍ୟ ମାନି ନଥିବା ଦେଖାଦେଇଛି । ତେଣୁ କେନ୍ଦ୍ର ସରକାର ପୁଣି ଥରେ ଏହା ଉପରେ ରୋକ ଲଗାଇବା ପାଇଁ ଅଣ୍ଟା ଭିଡିଥିବା ଜଣାପଡିଛି । ତେବେ ସମସ୍ତ ସାଂସ୍କତିକ କାର୍ଯ୍ୟକ୍ରମରେ ମଧ୍ୟ କାଗଜ ପତାକା ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ସମୟରେ ରାଜ୍ୟରେ ଏହାକୁ ବ୍ୟାନ କରାଯିବ କି ନାହିଁ ସେନେଇ ସରକାର କୈାଣସି ସୂଚନା ଦେଇନାହାନ୍ତି ।