ନିର୍ବାଚନ ପୂର୍ବରୁ ଆଜି ବସିବ ନବୀନ ସରକାରଙ୍କ ଶେଷ ମନ୍ତ୍ରୀ ପରିଷଦ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପ୍ରସଙ୍ଗରେ କରାଯିବ ଆଲୋଚନା

Advertisment
ନିର୍ବାଚନ ପୂର୍ବରୁ ଆଜି ବସିବ ନବୀନ ସରକାରଙ୍କ ଶେଷ ମନ୍ତ୍ରୀ ପରିଷଦ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପ୍ରସଙ୍ଗରେ କରାଯିବ ଆଲୋଚନା

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଆଜି ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ । ନବୀନ ସରକାରଙ୍କ ଚତୁର୍ଥପାଳିର ଶେଷ ମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ । ଗତ ୫ ବର୍ଷ ଭିତରେ ରାଜ୍ୟ ସରକାର କି କି ଯୋଜନା କରିଛନ୍ତି । ଏବଂ କଣ ସବୁ ଉପଲବ୍ଧି ରହିିଛି ସେନେଇ ମନ୍ତ୍ରୀଙ୍କ ଠାରୁ ପଚାରି ବୁଝିବା ସହ ସେ ସବୁର ତର୍ଜମା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

publive-image

ଏହି ବୈଠକରେ ଗତ ନିର୍ବାଚନ ପ୍ରତିଶ୍ରୁତି କେତେ ମାତ୍ରାରେ ପୂରଣ ହୋଇଛି ତାହାର ହିସାବ କରାଯିବ । ଏହାସହ ଆଗାମୀ ନିର୍ବାଚନରେ ରାଜ୍ୟବାସୀ କଣ ଚାହୁଛନ୍ତି ତାର ଚିଠା ମନ୍ତ୍ରୀମାନଙ୍କୁ ଠାରୁ ସଂଗ୍ରହ କରିବେ ମୁଖ୍ୟମନ୍ତ୍ରୀ । ତେବେ ପ୍ରଥମ ଥର ପାଇଁ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକର ସିଧା ପ୍ରସାରଣ ରାଜ୍ୟ ପ୍ରମୁଖ୍ୟ ଓଡିଆ ନ୍ୟୁଜ ଚ୍ୟାନେଲ ମାଧ୍ୟମରେ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe