କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଆଜି ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ । ନବୀନ ସରକାରଙ୍କ ଚତୁର୍ଥପାଳିର ଶେଷ ମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ । ଗତ ୫ ବର୍ଷ ଭିତରେ ରାଜ୍ୟ ସରକାର କି କି ଯୋଜନା କରିଛନ୍ତି । ଏବଂ କଣ ସବୁ ଉପଲବ୍ଧି ରହିିଛି ସେନେଇ ମନ୍ତ୍ରୀଙ୍କ ଠାରୁ ପଚାରି ବୁଝିବା ସହ ସେ ସବୁର ତର୍ଜମା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି ବୈଠକରେ ଗତ ନିର୍ବାଚନ ପ୍ରତିଶ୍ରୁତି କେତେ ମାତ୍ରାରେ ପୂରଣ ହୋଇଛି ତାହାର ହିସାବ କରାଯିବ । ଏହାସହ ଆଗାମୀ ନିର୍ବାଚନରେ ରାଜ୍ୟବାସୀ କଣ ଚାହୁଛନ୍ତି ତାର ଚିଠା ମନ୍ତ୍ରୀମାନଙ୍କୁ ଠାରୁ ସଂଗ୍ରହ କରିବେ ମୁଖ୍ୟମନ୍ତ୍ରୀ । ତେବେ ପ୍ରଥମ ଥର ପାଇଁ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକର ସିଧା ପ୍ରସାରଣ ରାଜ୍ୟ ପ୍ରମୁଖ୍ୟ ଓଡିଆ ନ୍ୟୁଜ ଚ୍ୟାନେଲ ମାଧ୍ୟମରେ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/Sequence-1-01095603.png)
/kanak/media/post_attachments/wp-content/uploads/2019/02/naveen-patnaik_650x400_51514471492-300x185.jpg)