ଆକ୍ସନ ମୋଡରେ ରାଜ୍ୟ ଖଣି ବିଭାଗ। ଯାଜପୁରର ବିଭିନ୍ନ ଖଣିରେ ଅତର୍କିତ ଚଢାଉ।

Advertisment
ଆକ୍ସନ ମୋଡରେ ରାଜ୍ୟ ଖଣି ବିଭାଗ। ଯାଜପୁରର ବିଭିନ୍ନ ଖଣିରେ ଅତର୍କିତ ଚଢାଉ।

କନକ ବ୍ୟୁରୋ: ଆକ୍ସନ ମୋଡରେ ରାଜ୍ୟ ଖଣି ବିଭାଗ। ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ର ବିଭିନ୍ନ କଳା ପଥର ଖଦାନ ରେ ଚଢାଉ। ଆଜି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଙ୍କ ଆବେଦନ କ୍ରମେ ରାଜ୍ୟ ଖଣି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଏନ ଏନ ସିଂହଦେଓ ଙ୍କ ନେତୃତ୍ୱରେ ଧର୍ମଶାଳା ତହସିଲ ର ଲୁଣିବର, ଚଡେଇଧରା, ଡଙ୍କାରି, ଆଦି ଅଞ୍ଚଳରେ ଥିବା କଳା ପଥର ଖଦାନ ଉପରେ ଚଢାଉ ହୋଇଛି। ଏହି ଚଢାଉ ସମୟ ରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଟି ବି ମୁଣ୍ଡା ଡେପୁଟି ଡାଇରେକ୍ଟର, ଜିଲ୍ଲା ଖଣି ଅଧିକାରୀ ଜୟ ପ୍ରକାଶ ନାୟକ ପ୍ରମୁଖ ବିଭିନ୍ନ ଖଦାନ ବୁଲି ଦେଖିବା ସହ ଗୋଟିଏ କ୍ରସର କୁ ସିଲ୍ କରିବା ସହ ଗୋଟିଏ ପ୍ରୋକଲିନ ମେସିନ ଜବତ କରିଛନ୍ତି। ପ୍ରଥମିକ ଆକଳନ ପରେ ଯାହା କିଛି ପଦକ୍ଷେପ ନିଆ ଯିବ ବୋଲି ଖଣି ବିଭାଗ ଯୁଗ୍ମ ନିର୍ଦ୍ଦେଶକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe