ଦିନକ ପରେ ଜାନୁଆରୀ ୨୬: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ, ପଢନ୍ତୁ ପୂରା ତାଲିକା…

219

କନକ ବ୍ୟୁରୋ: ଦିନକ ପରେ ସାଧାରଣତନ୍ତ୍ର ଦିବସ । କରୋନା କଟକଣା ଭିତରେ ଏଥର ପାଳିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଏନେଇ ରାଜ୍ୟ ସରକାର ବିଭିନ୍ନ ପ୍ରସ୍ତୁତି ଚଳାଇଥିବାବେଳେ କିଏ କେଉଁ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ଗୃହ ସଚିବ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଜରିଆରେ ଅବଗତ କରାଇଛନ୍ତି । ଚିଠିରେ ଉଲ୍ଲେଖ ମୁତାବକ, ମହାମହିମ ରାଜ୍ୟପାଳ ଭୁବନେଶ୍ୱର ଗାନ୍ଧୀମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ  ଯୋଗଦେବେ ।

ଅନ୍ୟପଟେ, ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ କଟକରେ ପତାକା ଉତ୍ତୋଳନ କରିବେ, ପୁରୀରେ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ଅନୁଗୁଳରେ ଇସ୍ପାତ-ଖଣି ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କଳାହାଣ୍ଡିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଞ୍ଜାମରେ ପରିବହନମନ୍ତ୍ରୀ ପଦ୍ମନାଭ ବେହେରା, ବଲେଶ୍ୱରରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ରାୟଗଡ଼ାରେ କୃଷିମନ୍ତ୍ରୀ ଅରୁଣ ସାହୁ, କନ୍ଧମାଳରେ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି, ମୟୂରଭଞ୍ଜରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ. ବରଗଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ସମ୍ବଲପୁରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ନୟାଗଡ଼ରେ ଅନୁସୂଚିତ ଜାତି ଓ ଜନଜାତି ରାଷ୍ଟ୍ରମନ୍ତ୍ରୀ ଜଗନ୍ନାଥ ସରକା, କେନ୍ଦୁଝରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଯାଜପୁରରେ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଅଶୋକ ପଣ୍ଡା ପତାକା ଉତ୍ତୋଳନ କରିବେ ।

ସେହିପରି ବଲାଙ୍ଗୀରରେ ସ୍କୁଲ-ଗଣଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସମୀର ଦାଶ, ସୁନ୍ଦରଗଡ଼ରେ ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । କୋରାପୁଟରେ ଦକ୍ଷତା ବିକାଶ ରାଷ୍ଟ୍ର ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ନବରଙ୍ଗପୁରରେ ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ରଘୁନନ୍ଦନ ଦାସ, ଗଜପତିରେ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପଦ୍ମିନୀ ଦିଆନ୍ ଏବଂ ମାଲକାନଗିରିରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁରଷାକାନ୍ତି ବେହେରା ପ୍ରମୁଖ ପାତାକା ଉତ୍ତୋଳନ କରିବେ । ଅନ୍ୟପଟେ ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆରଡିସି, ରାଉରକେଲାରେ ଉତ୍ତରାଞ୍ଚଳ ଆରଡିସି, ଖୋର୍ଦ୍ଧାରେ କେନ୍ଦ୍ରାଞ୍ଚଳ ଆରଡିସି ପାତାକା ଉତ୍ତୋଳନ କରିବାକୁ ଥିବାବେଳେ ଭଦ୍ରକ, ବୌଦ୍ଧ, ଦେବଗଡ଼, ଢ଼େଙ୍କାନାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନୂଆପଡ଼ା, ସୋନପୁର ଏବଂ ଜଗତସିଂହପୁରରେ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ ।