କନକ ବ୍ୟୁରୋ : ଭାବ ଆଦାନପ୍ରଦାନର ମୁଖ୍ୟ ମାଧ୍ୟମ ହେଉଛି ରେଡିଓ । ମଣିଷକୁ ମଣିଷ ସହ ଯୋଡେ ରେଡିଓ । ଏଭଳି ଉଦ୍ଦେଶ୍ୟ ନେଇ କଟକ ପ୍ରତାପନଗରୀ ଧାକୁଳେଇ ପୀଠରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ରେଡିଓ ଶ୍ରୋତା ସମ୍ମିଳନୀ । ଭାରତ ମସଲା ଓ ଆଂଚଳିକ ପରିବହନ ପ୍ରାଧିକରଣର ମିଳିତ ସହଯୋଗରେ ଆକାଶବାଣୀ ଶ୍ରୋତା ପରିଷଦ ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଭାରତ ମସଲାର ନିର୍ଦ୍ଦେଶକ ସୁରେନ୍ଦ୍ର ପଣ୍ଡା ଯୋଗଦେଇଥିଲେ ।
ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରୋତାମାନେ ଯୋଗଦେଇ ରେଡିଓ ସମ୍ପର୍କରେ ନିଜର ଅନୁଭୂତି କହିଥିଲେ । ଏହାସହ ପରିବହନ ପ୍ରାଧିକରଣ ପକ୍ଷରୁ ସଡକ ସୁରକ୍ଷା ନେଇ ଏକ ସଚେତନଧର୍ମୀ ନାଟକ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଆକାଶବାଣୀ ଏବଂ ରେଡିଓ ଚକଲେଟର ବହୁ ଆରଜେ ଓ କଳାକାର ଯୋଗଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/vlcsnap-2021-03-22-08h13m35s281.png)