ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ୱର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ପରେଡ୍ । ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ ।

106

କନକ ବ୍ୟୁରୋ: ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମହୋଲ । ଭୁବନେଶ୍ୱରରେ ଗାନ୍ଧୀମାର୍ଗରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ପରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ପରେଡ୍ ।

ଏଥର ଗାନ୍ଧୀମାର୍ଗରେ ଦେଖିବାକୁ ମିଳିବ ଭିନ୍ନ ଧରଣର ମାହୋଲ । ଏଥର ଗଡିବ ପ୍ରଜ୍ଞାପନ ମେଢ । ‘ରୂପାନ୍ତରଣ ପଥେ ଓଡ଼ିଶା’ ଥିମକୁ ନେଇ ଆୟୋଜନ ହୋଇଛି ମେଢ । ରାଜ୍ୟ ସରକାରଙ୍କ ୧୨ ଟି ବିଭାଗ ଏବଂ ଗୋଟିଏ ନଗମ ପକ୍ଷରୁ ମୋଟ ୧୩ ଟି ମେଢ ଗଡିବା ନେଇ ସ୍ଥିତ ହୋଇଛି ।