ଆଜି ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସମ୍ମିଳନୀ ! ଚଳିତ ବର୍ଷର ଆଲୋଚ୍ୟ ପ୍ରସଙ୍ଗ ‘ଶିଶୁ ସାହିତ୍ୟ’

41

କନକ ବ୍ୟୁରୋ: ଆଜି ଭୁବନେଶ୍ୱରରେ ସମ୍ବାଦ ‘ସାହିତ୍ୟଘର’ର ପଂଚମ ରାଜ୍ୟସ୍ତରୀୟ ସମାବେଶ ଅନୁଷ୍ଠିତ ହେଉଛି । ଜୟଦେବ ବିହାର ସ୍ଥିତ ସ୍ୱସ୍ତୀ ପ୍ରିମିୟମ ପ୍ରେକ୍ଷାଳୟରେ ଚାଲିଥିବା ଏହି ସମାବେଶରେ ବିଶିଷ୍ଟ ଅତିଥୀ ଭାବେ ଜ୍ଞାନପୀଠ ବିଜେତା ସୀତାକାନ୍ତ ମହାପାତ୍ର ଓ ଔପନ୍ୟାସିକା ପ୍ରତିଭା ରାୟ ସାମିଲ ହୋଇଛନ୍ତି । ଦ୍ୱିତୀୟ ଅଧିବେଶନରେ ଓଡିଆ ଭାଷା ଓ ଶିଶୁ ସାହିତ୍ୟର ପ୍ରସାର ସଂପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଅନ୍ତିମ ପର୍ବରେ କବିତା ପାଠୋତ୍ସବ ହେବ । ଏହି ଅବସରରେ ସମ୍ବାଦ ସାହିତ୍ୟଘରର ସାରା ବର୍ଷର କାର୍ଯ୍ୟଧାରାକୁ ନେଇ ଏକ ବୃତଚିତ୍ର ପ୍ରଦର୍ଶନ କରାଯିବ ।

ଶିଶୁ ସାହିତ୍ୟର ବିଭିନ୍ନ ଦିଗକୁ ନେଇ ସ୍ୱତନ୍ତ୍ର ବୁଲେଟିନ୍ ମଧ୍ୟ ଉନ୍ମୋଚିତ ହେବ। ଏତଦବ୍ୟତୀତ ଉତ୍ସବସ୍ଥଳରେ ‘ଆମ ଓଡ଼ିଶା’ ପ୍ରକାଶନୀ ପକ୍ଷରୁ ଏକ ପୁସ୍ତକ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଯେଉଁ ବନ୍ଧୁମାନେ ପୁସ୍ତକ ଉନ୍ମୋଚନ କରିବାକୁ ଚାହାନ୍ତି ସେମାନେ ପୂର୍ବରୁ ଜଣାଇ ଦେବାକୁ ଅନୁରୋଧ କରାଯାଇଛି । ସମ୍ମିଳନୀରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ଗଠିତ ହୋଇଥିବା ୩୧୬ଟି ସାହିତ୍ୟଘର ଶାଖାମାନଙ୍କରୁ ଦୁଇଜଣ ଲେଖାଏଁ ନିମନ୍ତ୍ରିତ ସଦସ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।