ବିଏମସିକୁ ରାଜ୍ୟ ମାନବଧିକାର କମିଶନର ନୋଟିସ । ଭୁବନେଶ୍ୱର ଗାଢ଼କଣ ଡମ୍ପିଂୟାର୍ଡ ମାମଲରେ ଡିସେମ୍ବର ୧୧ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

85

କନକ ବ୍ୟୁରୋ: ଭୁବନେଶ୍ୱର ଗାଡଢକଣ ମାମଲରେ ବିଏମସିକୁ ରାଜ୍ୟ ମାନବଧିକାର କମିଶନର ନୋଟିସ । ମାନବଧିକାର ଉଲ୍ଲଘଂନର ମାଗିଲେ ଜବାବ । ଡିସେମ୍ବର ୧୧ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ । ଅଳିଆ ଗଦା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ।

ଅନ୍ୟପଟେ ଭୁବନେଶ୍ୱର ଗାଢ଼କଣ ସ୍ଥିତ ଧିରିକୁଟି ବସ୍ତିରେ ଆଂଚଳିକ ସୁରକ୍ଷା ମଞ୍ଚର ଅଭିନବ ପ୍ରତିବାଦ କରିଛି । ଲୋକଙ୍କୁ ଯାଦୁ ମଲମ ବାଂଟିଛନ୍ତି ସ୍ୱେଚ୍ଛାସେବୀ । ସୈନିକ ସ୍କୁଲ ପାଖ ଡମ୍ପିଙ୍ଗୟାର୍ଡ଼ରୁ ବାହାରୁଥିବା ଦୁର୍ଗନ୍ଧ ପାଇଁ ନିଶ୍ୱାସ ନେବାରେ ସମସ୍ୟା ହେଉଥିବା ବେଳେ ଘରେ ଘରେ ବ୍ୟାପୁଛି ଚର୍ମରୋଗ । ଦୁର୍ଗନ୍ଧରେ ରହିବା କଷ୍ଟକର ହୋଇପଡ଼ୁଥିବା ବେଳେ ଚିନ୍ତା ବଢ଼ାଇଛି ଚର୍ମରୋଗ । ତେଣୁ ଡମ୍ପିଂ ୟାର୍ଡ ସ୍ଥାନାନ୍ତର କରିବାପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ ।