୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ: ୭ ଘଂଟା ବାଧ୍ୟତାମୂଳକ ହେବ ଅଧ୍ୟାପକଙ୍କ ଉପସ୍ଥାନ; ଏସଏମଏସ ଓ ୱେବସାଇଟ ମାଧ୍ୟମରେ ଫିଡବ୍ୟାକ ପଠାଇବେ ଛାତ୍ରଛାତ୍ରୀ

ମୋ ସରକାରରେ ସାମିଲ ହେଲା କୃଷି ବିଭାଗ: କୃଷି ବିଭାଗ ସଚିବ ସୌରଭ ଗର୍ଗଙ୍କ ସୂଚନା; ଚାଷୀଙ୍କ ସମସ୍ୟା ବୁଝାଯିବା ସହ ନିଆଯିବ ମତାମତ

କନକ ବ୍ୟୁରୋ: ୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ । ଏଥିପାଇଁ ଯୋଜନା ଓ ସଂଯୋଜନା ବିଭାଗକୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ । ୫-ଟି ଲାଗୁ ହେବା ଦ୍ୱାରା ଅଧ୍ୟାପକଙ୍କ ଉପସ୍ଥାନ ସାତ ଘଂଟା ବାଧ୍ୟତାମୂଳକ ହେବ । ଛାତ୍ରଛାତ୍ରୀଙ୍କ ଲାଗି ସ୍କଲାରସିପ ପରିଷଦ ଗଠନ ହେବ । ଲ୍ୟାପଟପ ବାଂଟିବା ଲାଗି ରାଜ୍ୟସ୍ତରୀୟ ବଦଳରେ ଜିଲ୍ଲା ଓ ବ୍ଲକସ୍ତରୀୟ ମେଧାବୀ ତାଲିକା ବଛା ଯାଇ ଲ୍ୟାପଟପ ବଂଟାଯିବ । ଏସଏମଏସ ଓ ୱେବସାଇଟ ମାଧ୍ୟମରେ ଛାତ୍ରଛାତ୍ରୀ ଫିଡବ୍ୟାକ ପଠାଇପାରିବେ ।

publive-image

କଲେଜ ଓ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଅଧ୍ୟାପକଙ୍କୁ ରାଜ୍ୟ ତଥା ଦେଶ ବାହାରକୁ ପଠାଯିବ । ବିଶ୍ୱବିଦ୍ୟାଳୟ ସ୍ତରରେ କ୍ୟାରିୟର କାଉନସେଲିଂ ସେଲକୁ ସୁଦୃଢ କରାଯିବ । ଓଡିଆ ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟ ସେବା ପରୀକ୍ଷା ବାହାର ରାଜ୍ୟରେ ଦେବା ପାଇଁ ବ୍ୟବସ୍ଥା ହେବ । ମୋ ସ୍କୁଲ ଭଳି ମୋ କଲେଜ ପ୍ରତିଷ୍ଠା ହେବ । ଏଥିରେ ପୁରୁଣା ଛାତ୍ରଛାତ୍ରୀ କଲେଜ ଲାଗି ଟଙ୍କା ଦେଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe