ଓଡ଼ିଶା ଆସିଲା ୨୦୨୨ କମନୱେଲ୍ଥ ଗେମ୍ସ କୁଇନ୍ସ ବାଟନ୍ : ଆଜି ପୁରୀ, କୋଣାର୍କ ଯିବା ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରତୀକାତ୍ମକ ରିଲେ 

 ସାମିଲ ହେବେ ରାଜ୍ୟର ବିଶିଷ୍ଟ କ୍ରୀଡ଼ାବିତ୍ 

70

କନକ ବ୍ୟୁରୋ : ଭୁବନେଶ୍ୱରରେ ପହଁଚିଛି ୨୦୨୨ କମନୱେଲ୍ଥ ଗେମ୍ସ କୁଇନ୍ସ ବାଟନ୍ । କମନୱେଲ୍ଥ ବାଟନକୁ ଭୁବନେଶ୍ୱର ବିମାନବନ୍ଦରରେ ଗ୍ରହଣ କରିଥିଲେ ଓଡ଼ିଶା ହକି ପ୍ରମୋସନ୍ କାଉନସିଲର ଅଧ୍ୟକ୍ଷ ଦିଲ୍ଲୀପ ତିର୍କି ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର ଅଧିକାରୀମାନେ । ଓଡ଼ିଶାର ଖ୍ୟାତନାମା କ୍ରୀଡ଼ାବିତ୍ ଅନୁରାଧା ବିଶ୍ୱାଳ, ଶ୍ରଦ୍ଧାଂଜଳି ସାମନ୍ତରାୟ ପ୍ରମୁଖ କୁଇନ୍ସ ବାଟନକୁ ସ୍ୱାଗତ କରିଥିଲେ । ଆଜି କୁଇନ୍ସ ବାଟନକୁ ପୁରୀ ଓ କୋଣାର୍କ ନିଆଯିବ ।

ଏହାପରେ ଭୁବନେଶ୍ୱର ଅଣାଯାଇ କଳିଙ୍ଗ ଷ୍ଟାଡିୟମରେ ପ୍ରତୀକାତ୍ମକ ରିଲେ କରାଯିବ । ଏଥିରେ ରାଜ୍ୟର ବିଶିଷ୍ଟ କ୍ରୀଡ଼ାବିତମାନେ ସାମିଲ ହେବେ । କମନୱେଲ୍ଥ ଗେମ୍ସ ପୂର୍ବରୁ କୁଇନ୍ସ ବାଟନ ରିଲେ ପାରମ୍ପରିକ ଭାବେ ଚାଲିଆସୁଛି । ବକିଙ୍ଗହମ୍ ପ୍ୟାଲେସରୁ ଏହି ରିଲେ ଗତବର୍ଷ ଅକ୍ଟୋବର ୭ ତାରିଖରେ ବାହାରିଥିଲା । ଜାନୁଆରୀ ୧୬ ତାରିଖରେ ଏହା ସିଙ୍ଗାପୁର ଅଭିମୁଖେ ଯିବ । ୨୯୪ ଦିନରେ ୭୨ଟି କମନୱେଲ୍ଥ ଦେଶ ବୁଲିବା ପରେ ଚଳିତ ବର୍ଷ ଜୁଲାଇ ମାସରେ ଏହି ବାଟନ ଇଂଲଣ୍ଡ ଫେରିଯିବ । ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୮ ତାରିଖ ମଧ୍ୟରେ କମନୱେଲ୍ଥ ଗେମ୍ସ ହେବା ସମ୍ଭାବନା ରହିଛି ।