ପିକନିକ୍ ପାଇଁ ଯାଉଛନ୍ତି କି? ପଢିରଖନ୍ତୁ, ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍…

1,090

କନକ ବ୍ୟୁରୋ: ଆପଣ ପିକନିକ୍ ଯାଉଛନ୍ତି କି? ନିକଟରେ ଅନେକ ପିକନିକ୍ ବସ ଦୁର୍ଘଟଣାର ଶିକାର ହୋଇଛି । ଆଉ ଅନେକ ସ୍କୁଲ ପିଲା ଦୁର୍ଘଟଣାରେ ଆହତ ହୋଇଛନ୍ତି । କୁହୁଡି ସାଙ୍ଗକୁ ଅନ୍ୟାନ୍ୟ କାରଣ ପାଇଁ ଦୁର୍ଘଟଣା ଘଟୁଥିବା ଜଣାପଡିଛି । ସରକାରଙ୍କ ରିପୋର୍ଟ ଅନୁସାରେ, ୨୦୧୯ରୁ ୨୦୨୨ ମଧ୍ୟରେ ଡିସେମ୍ବର ଏବଂ ଜାନୁଆରୀରେ ସର୍ବାଧିକ ଦୁର୍ଘଟଣା ଘଟିଛି । ଏହାପରେ ବଢୁଥିବା ଦୁର୍ଘଟଣାକୁ ରୋକିବାକୁ ଯାଇ ସରକାର ନୂଆ ନିୟମ ଆଣିଛନ୍ତି । ଏବେ ନଜର ପକାନ୍ତୁ ନୂଆ ନିୟମ ଉପରେ…

  • ପିକନିକ ଯିବା ପାଇଁ ଯାନବାହାନ ବ୍ୟବହାର କରୁଥିଲେ ସ୍ଥାନୀୟ ଆରଟିଓ ଅଧିକାରୀଙ୍କଠୁ ଅନୁମତି ନେବା ଆବଶ୍ୟକ
  • ପିକନିକ ଯିବା ପାଇଁ ହେଲେ ଦରକାର ଗାଡିର ଫିଟନେସ ପ୍ରମାଣପତ୍ର
  • ଦୁର୍ଘଟଣା ସ୍ଥଳ ଗୁଡିକରେ ପୋଷ୍ଟର ଲାଗିବ
  • ପିକନିକ ପାଇଁ ଆବଶ୍ୟକ ପାର୍କିଂ ସ୍ଥଳ ରହିବା ଆବଶ୍ୟକ
  • ପୋଲିସ ଟିମ୍ ପିକନିକ ସ୍ଥଳରେ ପହଁଚି ଗାଡି ଗୁଡିକର ଅନୁଧ୍ୟାନ କରିବେ
  • ପିକନିକ ସ୍ପଟ ଗୁଡିକରେ ପୋଲିସ ମୁତୟନ ହୋଇପାରିବ
  • ଆରଟିଓ ଏବଂ ପୋଲିସ ମିଳିତ ଭାବେ ଚେକିଂ କରିପାରିବେ
  • ପିକନିକ ଗାଡି ଓଭରଲୋଡିଂ ଯାଉଛି କି ନାହିଁ ଚେକିଂ କରିପାରିବେ
  • ଆରଟିଓ ପିକନିକ ପାଇଁ ଅନୁମତି ଦେବା ବେଳେ ଧାର୍ଯ୍ୟ ଯାତ୍ରୀଙ୍କ ବାବଦରେ ସୂଚନା ଦିଆଯିବ
  • ଡ୍ରାଇଭର ନିଶା ସେବନ କରିଛନ୍ତି କି ନାହିଁ ତାହା ଯାଞ୍ଚ କରାଯିବ
  • ପିକନିକ ପାଇଁ ଅଟୋ ରିକ୍ସାକୁ ଅନୁମତି ଦିଆଯାଇପାରିବ ନାହିଁ
  • ଡ୍ରାଇଭରଙ୍କ ଲାଇସେନ୍ସ ଚେକିଂ ହେବ
  • ଲାଇସେନ୍ସ ନଥିଲେ ଗାଡି ଅଟକ ରହିବ
  • ଅନ୍ୟ ଡ୍ରାଇଭର ଜରିଆରେ ଗାଡି ମାଲିକ ଯାତ୍ରୀମାନଙ୍କୁ ନେବେ
  • ଗାଡି ମାଲିକ ସଂପୃକ୍ତ ଯାନରେ ନିଜର ନମ୍ବର ମାରିବା ଆବଶ୍ୟକ
  • ଜରୁରୀକାଳୀନ ଯୋଗାଯୋଗ ପାଇଁ ନମ୍ବର ମାରିବା ଅନିର୍ବାଯ୍ୟ
  • ପ୍ଲାଷ୍ଟିକ ଫ୍ରି ପିକନିକ୍ ଉପରେ ଗୁରୁତ୍ୱ ଦେବ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ
  • ସ୍ଥାନୀୟ ଏନଜିଓଙ୍କ ମାଧ୍ୟମରେ ପ୍ଲାଷ୍ଟିକ ଫ୍ରି ପିକନିକ୍ ଉପରେ ସଚେତନ କରାଇବେ