କନକ ବ୍ୟୁରୋ: ସାମ୍ନାକୁ ଆସିଛି ଏଭରେଷ୍ଟ ଶୃଙ୍ଗ ଉପରେ ପର୍ବତାରୋହୀ କଳ୍ପନା ଦାଶଙ୍କ ଶେଷ ଫଟୋ । ଗୋଟିଏ ଫଟୋ ଏଭରେଷ୍ଟ ଆରୋହଣ ସମୟର ହୋଇଥିବା ବେଳେ ଅନ୍ୟ ଫଟୋରେ ତଳେ ପଡ଼ିଯାଇଥିବାର ଫଟୋ । ସମ୍ଭବତଃ କଳ୍ପନାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହଯୋଗୀ ଶେର୍ପା ଏହି ଫଟୋ ଉଠାଇଛନ୍ତି । ଏହି ଏଭରେଷ୍ଟ ଅଭିଯାନର ଟିମ୍ ଲିଡର ଥିଲେ କଳ୍ପନା ।
ଏବେ କଳ୍ପନାଙ୍କ ମରଶରୀର ଆଣିବାକୁ କାଠମାଣ୍ଡୁ ଯିବ ଓଡିଶାରୁ ୩ ଜଣିଆ ଟିମ୍ । ଏହି ଟିମରେ ଅଛନ୍ତି କଳ୍ପନାଙ୍କ ଭାଇ ପ୍ରଦୀପ ଦାଶ, କଳ୍ପନାଙ୍କ ସହଯୋଗୀ ରଣନୀତି କାର୍ମୀ ଓ ପର୍ବତାରୋହୀ ଗଣେଶ ଜେନା ଅଛନ୍ତି । ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଆସନ୍ତାକାଲି ଏହି ୩ ଜଣିଆ ଟିମ୍ କାଠମାଣ୍ଡୁ ଗସ୍ତ କରିବ । ମରଶରୀରକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ୧୦ ଜଣ ଶେର୍ପାକୁ ଦାୟିତ୍ୱ ଦେଇଛନ୍ତି । ସରକାରଙ୍କ ଯୋଜନା ଅନୁଯାୟୀ ୨୫ ତାରିଖରୁ ଅକ୍ସିଜେନ୍ ମାସ୍କ, ଆବଶ୍ୟକ ଦଉଡ଼ି ଏବଂ ଅନ୍ୟ ଉପକରଣ ସହ ଶେର୍ପାମାନେ କଳ୍ପନାଙ୍କ ମରଶରୀରକୁ ଉଦ୍ଧାର କରିବା ପାଇଁ ବାହାରି ଯାଇଛନ୍ତି ।
ଆଶା କରାଯାଉଛି ୨୭ ତାରିଖରେ କଳ୍ପନାଙ୍କ ମରଶରୀରକୁ ବାଲକୋନି ଏରିଆରୁ ୪ ନମ୍ବର କିମ୍ବା ୩ ନମ୍ବର କ୍ୟାମ୍ପକୁ ଅଣାଯିବ । ୨୮ ତାରିଖ ଅର୍ଥାତ ମଙ୍ଗଳବାର ଦିନ ହେଲିକଫ୍ଟର ଜରିଆରେ କାଠମାଣ୍ଡକୁ କଳ୍ପନାଙ୍କ ମରଶରୀର ଅଣାଯିବା ପରେ ମୃତଦେହର ପୋଷ୍ଟମର୍ଟମ କରାଯିବ । ପୋଷ୍ଟମର୍ଟମ ପରେ କଳ୍ପନାଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/EVREST.jpg)
/kanak/media/post_attachments/wp-content/uploads/2019/05/Screen-Shot-2019-05-26-at-8.45.40-AM-300x226.png)
/kanak/media/post_attachments/wp-content/uploads/2019/05/Kalpana-Dash-600x350-300x175.jpg)