ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ : ଭବାନୀପାଟଣାର ୨ ସରକାରୀ ଅଫିସରଙ୍କ ଘରେ ଚଢଉ

Advertisment
କୋଟିପତି ବାବୁ ବ୍ରଜରାଜନଗର ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ । ଦିଲ୍ଲୀପ ପଟେଲଙ୍କ ପାଖରୁ ଏଯାଏଁ ଠାବ ହେଲାଣି ୩ କୋଟି ୩୫ ଲକ୍ଷରୁ ଅଧିକ ସଂପତି

କନକ ବ୍ୟୁରୋ : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି ଏକ ବଡ଼ ଧରଣର ଭିଜିଲାନ୍ସ ଚଢ଼ଉ ହୋଇଛି। କେସିଙ୍ଗା ବ୍ଲକର ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣା ଏବଂ ନର୍ଲା ଓ ମ.ରାମପୁର ବ୍ଲକର ଜଳ ବିଭାଜିକା ମିସନ ଭାରପ୍ରାପ୍ତ ଅଧିକାରୀ ତଥା ପିଆଇଏ ପୀତବାସ ମହାଖୁଡ଼ଙ୍କ ଘର ଓ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ। ଉଭୟଙ୍କ ପାଖରୁ କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ରହିଥିବା ସୂଚନା ଦିଆଯାଇଛି। ଭବାନୀପାଟଣା ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ୩୦ ଜଣିଆ ଟିମ୍ ଏକା ସାଙ୍ଗରେ ମଦନପୁର ରାମପୁରରେ ଏହି ଦୁଇ ସରକାରୀ ବାବୁଙ୍କ ଘରେ ଭୋର୍ ସକାଳୁ ଚଢ଼ଉ ଆରମ୍ଭ ହୋଇଥିଲା। ଜଳଛାୟା ପିଆଇଏ ପୀତବାସ ମହାଖୁଡ଼ଙ୍କ ନର୍ଲା ବ୍ଳକର ଶ୍ରୀପାଲିସ୍ଥିତ ପୈତୃକ ଘର, ଫ୍ଲାଏଆସ ଇଟା କାରଖାନା ସମେତ ମ.ରାମପୁର ପାଇକପଡ଼ା, ମେନରୋଡ୍ ଓ ହାଇସ୍କୁଲ ଛକସ୍ଥିତ ଜ୍ୱାଇଁ ଘରେ ଏକକାଳୀନ ଚଢ଼ଉ କରାଯାଇଥିଲା। ନର୍ଲା ଓ ମ.ରାମପୁର କାର‌୍ୟ୍ୟାଳୟରେ ବି ଚଢ଼ଉ କରାଯାଇଥିଲା। ତାଙ୍କର ସ୍ଥାବର ଓ ଅସ୍ଥାବର ପ୍ରାୟ ୧କୋଟିରୁ ଅଧିକ ଟଙ୍କା ପ୍ରାଥମିକ ସ୍ତରରେ ଆକଳନ କରାଯାଇଛି। ସେହିପରି କେସିଙ୍ଗା ବ୍ଳକ ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣାଙ୍କ ମ.ରାମପୁର ପାଇକପଡ଼ାସ୍ଥିତ ନିଜ ପୈତୃକ ଘର ସମେତ କଲେଜ ରାସ୍ତାରେ ଥିବା ନୂତନ କୋଠା ଘର, ଭବାନୀପାଟଣା ଇରିଗେସନ କଲୋନି ଘର ଏବଂ ଜୁନାଗଡ଼ ଶ୍ୱଶୁର ଘର ଓ କେସିଙ୍ଗା ବ୍ଲକ ତାଙ୍କ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ଉ କରିଥିଲେ। ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୁଲ୍ୟ ୧କୋଟିରୁ ଅଧିକ ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe