ନୂଆ ଗାଇଡଲାଇନରେ କଡା କଟକଣା । ଏଣିକି ବାହାଘରରେ ୫୦୦ ନୁହେଁ ୨୦୦ ଲୋକଙ୍କୁ ଅନୁମତି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ…

221

କନକ ବ୍ୟୁରୋ: କରୋନା ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ । ସରକାରଙ୍କ ନୂଆ ମାର୍ଗଦର୍ଶିକାରେ କଡା କଟକଣା । ବାହାଘରରେ ୫୦୦ ବଦଳରେ ଏଣିକି ୨୦୦ ଲୋକଙ୍କୁ ଅନୁମତି । ବାହାଘର ଆୟୋଜକ କରୋନା ନିୟମ ପାଳନର ସବୁ ବ୍ୟବସ୍ଥା କରିବେ । ସେହିପରି ଶୁଦ୍ଧିକ୍ରିୟାରେ ୫୦ ଲୋକଙ୍କୁ ଅନୁମତି ।

ତେବେ ମାସ୍କ, ସାମାଜିକ ଦୂରତା ବାଧ୍ୟତାମୂଳକ । ହାତ ଧୋଇବା, ସାନିଟାଇଜର ବ୍ୟବହାର ପାଇଁ ପରାମର୍ଶ । ୨୬ ମାର୍ଚ୍ଚରୁ ଲାଗୁ ହେବ ନୂଆ ଗାଇଡଲାଇନ । କିଛି ସମୟ ପୂର୍ବରୁ କରୋନା ସ୍ଥିତି ନେଇ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଆରଟିପିସିଆର ଟେଷ୍ଟ ସଂଖ୍ୟା ବଢାଇବା ଉପରେ ଗୁରୁତ୍ୱ । ଜିଲ୍ଲାସ୍ତରରେ ଆବଶ୍ୟକ ହେଉଥିବା କର୍ମଚାରୀ ସଂଖ୍ୟା ବଢିବ । ସମସ୍ତ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ୱ । ନିର୍ଦ୍ଦିଷ୍ଟ ଅଞ୍ଚଳରେ ସଂକ୍ରମଣ ବଢିଲେ ମିନି କଣ୍ଟେନମେଣ୍ଟ ବ୍ୟବସ୍ଥା କରାଯିବ । ପ୍ରଭାବିତ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବ । ନିର୍ଦ୍ଧାରିତ ଗାଇଡଲାଇନ ଅନୁସାରେ ଟେଷ୍ଟ କରାଯିବ । କୋଭିଡ ନିୟମ ପାଳନ ହେଉଛି କି ନାହିଁ ତା ଉପରେ ନଜର ରଖିବ ପୋଲିସ । ବଜାର, ଧର୍ମାନୁଷ୍ଠାନ, ବିବାହ କାର୍ଯ୍ୟରେ ରହିବ ସରକାରଙ୍କ ଦୃଷ୍ଟି ।