ଅବ୍ୟବସ୍ଥା ଘେରରେ ରାଜ୍ୟ ସରକାରଙ୍କ ଆଦର୍ଶ ବିଦ୍ୟାଳୟ। ନିମାପଡା ଆଦର୍ଶ ବିଦ୍ୟାଳୟରେ ନାହିଁ ଆବଶ୍ୟକୀୟ ଭିିତିଭୂମି 

298

କନକ ବ୍ୟୁରୋ: ଶିକ୍ଷା ବିଭାଗର ବିକଳ ଚିତ୍ର । ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥା । ପୁରୀ ଜିଲ୍ଲା ନିମାପଡ଼ା ଅଂଚଳରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ନିମାପଡ଼ା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବସିବା ପାଇଁ ବ୍ୟବସ୍ଥା ନାହିଁ । ରାଜ୍ୟ ସରକାର ଗ୍ରାମାଂଚଳର ଛାତଛାତ୍ରୀଙ୍କୁ “ସିବିଏସସିଇ” ଢ଼ାଞ୍ଚାରେ ଶିକ୍ଷାଦାନ ଦେବା ପାଇଁ ରାଜ୍ୟର ପ୍ରତି ବ୍ଲକରେ “ଓଡ଼ିଶା ଆଦର୍ଶ ବିଦ୍ୟାଳୟ” ପ୍ରତିଷ୍ଠା କରିଛନ୍ତି । ହେଲେ କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ବିଦ୍ୟାଳୟ ଗୁଡ଼ିକର ଆବଶ୍ୟକୀୟ ଭିତ୍ତିଭୂମି ନଥିବାରୁ ପିଲାମାନେ ପାଠପଢ଼ିବା ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଦ୍ୟାଳୟ ଖୋଲିଛି ହେଲେ ବସିବା ପାଇଁ ଆବଶ୍ୟକ ଚେୟାର କି  ବେଞ୍ଚ ନଥିବା ଯୋଗୁଁ ପିଲାମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନୂତନ ଭାବେ ବିଦ୍ୟାଳୟ ଖୋଲାଯାଇଛି ଡେରିରେ ଆସିବ ବୋଲି ଶିକ୍ଷକମାନେ ପିଲାମାନଙ୍କୁ କହୁଥିବା ଜଣାପଡିଛି ।

ସେପଟେ କନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକରେ ମଧ୍ୟ ଆଦର୍ଶ ବିଦ୍ୟାଳୟର ଅବ୍ୟବସ୍ଥା ସାମ୍ନାକୁ ଆସିଛି । କେନ୍ଦ୍ରାପଡା ଆଳି ବ୍ଲକରେ ଥିବ ଆଦର୍ଶ ବିଦ୍ୟାଳୟରେ ଭଙ୍ଗା ଘରେ ତଳେ ବସି ପାଠପଢୁଛନ୍ତି ଛାତ୍ରଛାତ୍ରୀ । ଆବଶ୍ୟକୀୟ ଶିକ୍ଷକ ନଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ମସିହା ଡିସେମ୍ବର ମାସ ୩ ତାରିଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଥିଲେ । ହେଲେ +ବିଦ୍ୟାଳୟରେ ନିମ୍ନମାନର କାମ ହେଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଉଦଘାଟନର ୭ ମାସ ନ ବିତୁଣୁ କେଉଁଠି କାନ୍ଥ ଫାଟି ଗଲାଣି ତ ଆଉ କେଉଁଠି ରଙ୍ଗ ସହ ପ୍ଲାଷ୍ଟର ବାହାରି ଯାଇଛି ।