କନକ ବ୍ୟୁରୋ : ରାଜ୍ୟରେ ସ୍ଥାପନ ହେବାକୁ ଥିବା ଦୁଇ ମେଡିକାଲ କଲେଜ ନେଇ ସମୀକ୍ଷା କରିଛନ୍ତି ରାଜ୍ୟ ସରକାର। କଳାହାଣ୍ଡି ଓ କେନ୍ଦୁଝରରେ ଏହି ଦୁଇ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ହେବ । ଏନେଇ ରାଜ୍ୟ ସରକାର ଘୋଷଣା କରିସାରିଛନ୍ତି ।
କେନ୍ଦୁଝରରେ କଲେଜ ପାଇଁ ସ୍ଥାନ ସ୍ଥିର ହୋଇସାରିଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି । କଳାହାଣ୍ଡି ଜିଲ୍ଲାରେ ହେବାକୁ ଥିବା ସରକାରୀ ମେଡିକାଲ କଲେଜରେ ବେଦାନ୍ତ ଆର୍ଥିକ ସହାୟତା ଦେବ । ଏନେଇ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ।
ଏହା ସହ ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-15-08h54m33s315.png)