ଚିଟଫଣ୍ଡ ଠକେଇରେ ମୁଖ୍ୟ ଅଭିଯୁକ୍ତ ନିଜେ ରାଜ୍ୟ ସରକାର, ତଦନ୍ତ ନାଁରେ ପ୍ରମାଣ ନଷ୍ଟ କରିଛନ୍ତି ସରକାର: ପୃଥ୍ୱୀରାଜ ହରିଚନ୍ଦନ

120

କନକ ବ୍ୟୁରୋ: ରାଜ୍ୟରେ ହୋଇଥିବା ଚିଟଫଣ୍ଡ ଠକେଇକୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଚିଟଫଣ୍ଡ ଠକେଇରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ରାଜ୍ୟ ସରକାର । ସେଥିପାଇଁ ଆଜି ନିଜେ ସରକାର କାଠଗଡାରେ ଛିଡା ହୋଇଛନ୍ତି । ପ୍ରଥମ ଛଅ ମାସ କାଳ ତଦନ୍ତ ନାଁରେ ସମସ୍ତ ପ୍ରମାଣକୁ ନଷ୍ଟ କରାଯାଇଛି । ଏହି କାରଣରୁ ଅନେକ ଲୋକ ଆଜି କ୍ଲିନଚିଟ୍ ପାଇବା ସ୍ଥିତିରେ ରହିଛନ୍ତି ।

ଯେଉଁ ରାଜନେତା ତଥା ବିଧାୟକ ମାନେ ଚିଟଫଣ୍ଡକୁ ପୃଷ୍ଠପୋଷକତା ଦେଉଥିଲେ ସେମାନଙ୍କ ବିରୋଧରେ ହେଉଥିବା ଆଇନଗତ କାର୍ଯ୍ୟାନୁଷ୍ଠାନକୁ ସରକାର ନିଜେ ଚେଷ୍ଟା କରି ରୋକିଦେଉଛନ୍ତି । ଶାସକ ଦଳ ଆଉ ସରକାରକୁ ଉପଯୋଗ କରି ସମସ୍ତ କାମ ଜାରିରଖିଛନ୍ତି ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଏହା ପରେ ରାଜ୍ୟ ସରକାର କହିଥିଲେ ପ୍ରଥମେ ଛୋଟ ଜମାକାରୀଙ୍କୁ ପଇସା ଫେରାଇଦିଆଯିବ । ୨୦୧୪ ପୂର୍ବରୁ ରାଜ୍ୟରେ କର୍ପସ ଫଣ୍ଡ ଗଠନ କରାଯାଇଥିଲା । ତେବେ ଏହି କର୍ପସ ଫଣ୍ଡ କେଉଁଆଡେ ଗଲା ତାହା ଆଜି ଯାଏ କେହିଁ ଜାଣିପାରିନାହାନ୍ତି । ଯେଉଁ ସବୁ ସମ୍ପତ୍ତି ବାଜ୍ୟାପ୍ତି କରାଗଲା ସେଥିରୁ ରାଜ୍ୟ ସରକାର ୬ ଶହରୁ ଅଧିକ କୋଟି ଟଙ୍କା ପାଇଥିଲେ ଯାହା ରାଜ୍ୟ ସରକାର ଆଦାୟ କରିଥିବା ପଇସା ବି ରାଜ୍ୟ ସରକାର ଲୋକଙ୍କୁ ଦେଇନଥିଲେ । ନା ଦୋଷୀକୁ ଦଣ୍ଡ ମିଳୁଛି ନା ଲୋକଙ୍କୁ ନ୍ୟାୟ ମିଳିପାରୁଛି । ବର୍ତ୍ତମାନ ରାଜ୍ୟ ସରକାର ଲୋକଙ୍କ ପଇସା ଫେରାଇବାକୁ ପ୍ରସ୍ତୁତ ନୁହଁ ।ତେଣୁ ଆଜି ଯଦି କେହି ଚଣ୍ଡଫଣ୍ଡ ଘଟଣାରେ ଅଧିକ ଦୋଷୀ ସେ ହେଉଛନ୍ତି ରାଜ୍ୟ ସରକାର । ଯେଉଁ ସତ୍ୟପାଠ ହେଉଛି ଯେ ପ୍ରଭାବଶାଳୀ ବ୍ୟକ୍ତି ଏହାକୁ ଅଟକାଉଛନ୍ତି ଏଥିରେ କୌଣସି ମିଥ୍ୟା ନାହିଁ । ରାଜ୍ୟ ସରକାର ନିଜେ ଆଜି କାଠଗଡାରେ ଛିଡା ହୋଇଛନ୍ତି ।