ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରକ୍ରିୟା ଜାରି: ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳଙ୍କୁ ଦିଆଗଲା କ୍ଷମତା; ବିଭିନ୍ନ ଅଂଶୀଦାର ସହ ଆଲୋଚନା କରି ନିଷ୍ପତି ନେବେ ଜିଲ୍ଲାପାଳ

97

କନକ ବ୍ୟୁରୋ: ରାଜ୍ୟରେ ଧର୍ମାନୁ୍ଷ୍ଠାନ ଖୋଲିବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଗତ ୯ ମାସ ପରେ ରାଜ୍ୟର ସମସ୍ତ ମନ୍ଦିର ଗୁଡିକ ସର୍ବସାଧାଣଙ୍କ ପାଇଁ ଖୋଲିବାକୁ ଯାଉଛି । ବିଭିନ୍ନ ଜିଲ୍ଲାର ଧର୍ମପୀଠ ଗୁଡିକ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟୁଇଟ କରି ସୂଚନା ଦେଇଛନ୍ତି ।

ନିଜ ନିଜ ଅଂଚଳରେ ଥିବା ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବାକୁ ଜିଲ୍ଲାପାଳ ମାନଙ୍କୁ ଆଗରୁ କ୍ଷମତା ଦିଆଯାଇଛି । ଆଲୋଚନା ପରେ ଓ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ନିର୍ଦ୍ଧାରିତ କରିବା ପରେ ମନ୍ଦିର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇପାରିବେ । ତେବେ ମନ୍ଦିର ଖୋଲିବା ପରେ କୋଭିଡ ନିୟମକୁ କଡାକଡି ଭାବେ ମାନିବାକୁ ମଧ୍ୟ କୁହାଯାଇଛି ।