ସରକାରଙ୍କ ଫୋକସରେ ଗଂଜାମ: ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଥିବା ଜିଲ୍ଲା ଗଂଜାମ ପାଇଁ ପଠାଗଲା ଅତିରିକ୍ତ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ

ଗଂଜାମରେ ଆକ୍ରାନ୍ତଙ୍କସଂଖ୍ୟା ୨ହଜାରରୁ ଅଧିକ

836

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଫୋକସରେ ଗଂଜାମ । କାରଣ ଏଠାରେ କ୍ରମାଗତ ଭାବେ ବଢି ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୮ ହଜାରରୁ ଅଧିକ ଥିବା ବେଳେ କେବଳ ଗଂଜାମରେ ଏହି ସଂଖ୍ୟା ୨ହଜାର ୬୬ ଛୁଇଁଲାଣି । ଏପରିକି ଗତ ୨୪ ଘଂଟାରେ ଜିଲ୍ଲାରେ ୨୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଜିଲ୍ଲାରେ ୨୦ ଜଣ ପ୍ରାଣ ହରାଇ ସାରିଲେଣି । ଏଭଳି ପରିସ୍ଥିତିରେ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ଚାରିଜଣ ଯୁବ ଡେପୁଟି ଏସପି ଓ ଅଧିକ ୪ ପ୍ଲାଟୁନ ଫୋର୍ସକୁ ଗଂଜାମ ପଠାଯାଇଛି ।

ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା କରିବା ପାଇଁ ୨ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି। ସ୍ପେଶାଲ ଏଡ଼ିଏମଙ୍କୁ ସେଠାରେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଆଇଏଏସ ପାରୁଲ ପଟୱାରୀଙ୍କୁ ଛତ୍ରପୁର ଉପଖଣ୍ଡ ଓ ବିଶାଲ ସିଂହଙ୍କୁ ଭଞ୍ଜନଗର ଉପଖଣ୍ଡ ଦାୟିତ୍ୱ ଦିଆଯାଇଛି। ଏଥି ସିହତ ଗଞ୍ଜାମରେ କରୋନା ମୁକାବିଲା ପାଇଁ ୬ ଓଏଏସ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ହେଲେ ସୁଧାକର ନାୟକ, ପଦ୍ମନାଭ ବେହେରା, ଲୋକନାଥ ଦଳବେହେରା, ଶକ୍ତିକାନ୍ତ ରାୟ, ଚିତ୍ତରଂଜନ ମହାନ୍ତ ଓ ସୁରେନ୍ଦ୍ର କୁମାର ସାମଲ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଯ ଦିନକୁ ଦିନ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦୬୬ରେ ପହଞ୍ଚିଛି।