କନକ ବ୍ୟୁରୋ : ମନୋଜ ଦାସଙ୍କୁ ନେଇ ବିବାଦରେ ରାଜ୍ୟ ସରକାର । ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଥାକାର, ବିଶିଷ୍ଟ ଔପନ୍ୟାସିକ, ପ୍ରାବନ୍ଧିକ ପଦ୍ମ ବିଭୂଷଣ ମନୋଜ ଦାସଙ୍କୁ କିଏ ବା ନଜାଣେ । ତାଙ୍କ ଜନ୍ମମାଟି ବାଲେଶ୍ୱର ଭୋଗରାଇ ବ୍ଲକ ଶଙ୍ଖାରୀ ଗାଁରେ ରାଜ୍ୟ ସରକାର ମନୋଜ ମନ୍ମଥ ସ୍ମାରକୀ ସ୍ମୃତିପୀଠ ନିର୍ମାଣ କରୁଛନ୍ତି । ୬ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ମନୋଜ ଦାସ ଏବଂ ତାଙ୍କ ଭାଇ ମନ୍ମଥନାଥ ଦାସଙ୍କ ସ୍ମୃତିରେ ଏହା ନିର୍ମାଣ କରାଯାଉଛି । କିନ୍ତୁ ସେଠାରେ ଲାଗିଥିବା ଫଳକରେ ମନୋଜ ଦାସଙ୍କ ଫଟୋଟିଏ ବି ନାହିଁ ।

Advertisment

ଯାହାକୁ ନେଇ ସାହିତ୍ୟିକମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏପରିକି ସେଠାରେ ଲାଗିଥିବା ଫଳକରେ ‘କବି’ ମନୋଜ ଦାସ ଲେଖାଯାଇଛି । ଜଣେ ବିଶିଷ୍ଟ କଥାକାର, ଔପନ୍ୟାସିକ, ପ୍ରାବନ୍ଧିକଙ୍କୁ କେବଳ କବି ବୋଲି ଲେଖିବାକୁ ସାହିତ୍ୟିକ ବିରୋଧ କରିଛନ୍ତି । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ମନୋସ ଦାସଙ୍କ ସ୍ମୃତି ଫଳକରେ ଏଭଳି ତ୍ରୁଟି ରାଜ୍ୟ ସରକାରଙ୍କ ଅଜ୍ଞତା ଓ ଅବହେଳାକୁ ଦର୍ଶାଉଛି ବୋଲି ସାହିତ୍ୟିକମାନେ ଦୁଃଖର ସହ ପ୍ରକାଶ କରିଛନ୍ତି । ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିକୃତିରେ ପ୍ୟାଂଟ କୋର୍ଟ ପିନ୍ଧାଇ ସମାଲୋଚନାର ଶିକାର ହୋଇଥିଲା ପ୍ରଶାସନ ।