ପୁଣି ସତର୍କ କରାଇଲେ ସୁବ୍ରତ: ଆଗାମୀ ୧୪ ଗୁରୁତ୍ୱପୂର୍ଣ୍ଣ । ପାରିବାରିକ ପୁର୍ନମିଳନ ନୁହେଁ ହୋମ୍ କ୍ୱାରେଣ୍ଟିନ୍ । କୋଠରୀରୁ ବାହାରି କରୋନାକୁ କୁଣିଆ କରନା ।

944

କନକ ବ୍ୟୁରୋ: ଦୀର୍ଘଦିନର ବ୍ୟବଧାନ ପରେ ପୁଣି କରୋନା ସ୍ଥିତି ନେଇ ଅପଡେଟ୍ ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । କହିଲେ, ବୟସ ଯେମିତି ବଢ଼ିବ, ଶରୀରର ଆରଏନଏ ବା ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇବ । ତେଣୁ ବୟସ୍କଙ୍କ ଯତ୍ନ ଅଧିକ ନେବାକୁ ପରାମାର୍ଶ ଦେଇଛନ୍ତି ସୁବ୍ରତ । କାରଣ ରାଜ୍ୟରେ କରୋନା ସଂକ୍ରମଣରେ ୧୭ ଜଣଙ୍କ ମୃତ୍ୟୁ ଘଟିଲାଣି । ଏମାନଙ୍କ ମୃତ୍ୟୁ କୋଭିଡ଼୍ କାରଣରୁ ହୋଇଛି । ୧୭ ମୃତକଙ୍କ ମଧ୍ୟରୁ ୯ ଜଣ ୬୦ ବର୍ଷରୁ ଅଧିକ । କରୋନା ଭୁତାଣୁ ଶ୍ୱାସକ୍ରିୟାକୁ ପ୍ରଭାବିତ କରିଥାଏ । ବାହାରକୁ ନଯାଇ ବି ବୟସ୍କ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ପରିବାରର ଅନ୍ୟମାନଙ୍କ ଅବହେଳା ଯୋଗୁଁ ଏପରି ହୋଇଛି ତେଣୁ ଆମ୍ଭେମାନେ କରୋନାକୁ କୁଣିଆ କରିବା ନାହିଁ ।

ତେବେ ସବୁଠାରୁ ବଡ଼ କଥା ହେଲା ଆଗାମୀ ୧୪ ଦିନ ଆମ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ : ଭାରତ ବିଶ୍ୱର ୩ ୟ କରୋନା ଆକ୍ରାନ୍ତ ଦେଶ ସମ୍ଭାବନା ରହିଛି । ବୟସ୍କଙ୍କ ପାଇଁ ପ୍ରଚ୍ଛନ୍ନ ବିପଦ ରହିଛି , ଏଥିପାଇଁ ସତର୍କତା ଜରୁରୀ ରହିବ । ରାଜ୍ୟକୁ ଅନେକ ପ୍ରବାସୀ ଏ ଭିତରେ ଘରକୁ ଫେରିଛନ୍ତି । ଗୃହ ସଂଗରୋଧ ପାରିବାରିକ ମିଳନର ଅବସର ନୁହେଁ ।

ଅନ୍ୟପଟେ ଗ୍ରାମାଞ୍ଚଳ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ନିୟମ ମାନିଛନ୍ତି । କିନ୍ତୁ ସହରାଞ୍ଚଳରେ ଗୃହ ସଂଗରୋଧ ସମସ୍ୟା ରହିଛି । ଗୃହ ସଙ୍ଗରୋଧରେ ରହିଲେ ଅଲଗା ଘରେ ନିଜ କୋଠରୀରେ ରହିବେ । ପରିବାର ମାତ୍ର ଜଣେ ସଦସ୍ୟ ସଂଗରୋଧରେ ଥିବା ବ୍ୟକ୍ତିଙ୍କ କଥା ବୁଝିବେ । ଗୃହ ସଂଗରୋଧକୁ ପାରିବାରିକ ପୁନର୍ମିଳନ କଲେ ଭୟଙ୍କର ସ୍ଥିତି ଉପୁଜିବ । ବୟସ୍କ , ଶିଶୁ ଓ ଗର୍ଭବତୀଙ୍କଠାରୁ ଦୂରତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତ ବାଗଚୀ ।