କନକ ବ୍ୟୁରୋ: ଚାଷୀଙ୍କ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଯୋଜନା । ଚାଷୀଙ୍କ ଆୟ ବୃଦ୍ଧି ସରକାର ମୁଖ୍ୟ ଉଦ୍ଦେଶ୍ୟ କହିଲେ କୃଷି ମନ୍ତ୍ରୀ । ଏଣିକି ଧାନ ବଦଳରେ ଅନ୍ୟ ଫସଲ କଲେ ସରକାର ଦେବେ ଇନସେଣ୍ଟିଭ । ଚାଷୀଙ୍କୁ କାମ ଦେବା ସହ ରୋଜଗାର ବଢେଇ ବା ପାଇଁ ବିଭିନ୍ନ ଅଫର ଦେବାକୁ ଯୋଜନା କରିଛନ୍ତି ସରକାର । କେନ୍ଦ୍ର କୃଷି ବଜେଟ ରେ ଅର୍ଥ କମିଥିବା ବେଳେ ରାଜ୍ୟ କୃଷି ବଜେଟର ବ୍ୟୟ ବରାଦ ବଢ଼ିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ । ଫସଲ ବିବିଧିକରଣ ହେବ ବିଭାଗର ମୂଳ ଲକ୍ଷ୍ୟ । ବର୍ତ୍ତମାନ ୧୯ ଟି ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଗକୁ ୩୦ ଟି ଜିଲ୍ଲାରେ ଏହାକୁ ଲାଗୁ କରାଯିବ । ରାଜ୍ୟର ୧୭୭ ଟି ବ୍ଲକ ରେ ମିଲେଟ ମିଶନ କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଛି । ସେହିପରି ପଣସ, ଫୁଲ, ମସଲା ଓ ଛତୁ ମିଶନ ମଧ୍ୟ ହାତକୁ ନେଉଛନ୍ତି ସରକାର।

Advertisment

ସେହିପରି କୃଷି ସଚିବ ଅରବିନ୍ଦ ପାଢୀ କହିଛନ୍ତି, ଆମ ରାଜ୍ୟ ଧାନ ଉତ୍ପାଦନରେ ଗୋଟିଏ ଆଗୁଆ ରାଜ୍ୟ ହୋଇଛି । ତେଣୁ ରାଜ୍ୟ ସରକାରଙ୍କ ଯାହା ବି ଦିଗଦର୍ଶନ ଅଛି ସେହି କ୍ରମରେ ଆମେ ଅନ୍ୟ ଫସଲକୁ ବି ଗୁରୁତ୍ୱ ଦେବୁ । ସରକାରଙ୍କ ପ୍ରଧାନ ଲକ୍ଷ୍ୟ ହେଉଛି ଚାଷୀଙ୍କୁ ଲାଭାନ୍ୱିତ କରିବା । ଚାଷୀ ହିତରେ ହିଁ ସବୁ କାମ କରାଯାଉଛି ।